ରାଜ୍ୟ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ରାୟଗଡା ଗସ୍ତ

Advertisment
ରାଜ୍ୟ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ରାୟଗଡା ଗସ୍ତ

Sambad

ରାୟଗଡା: ରାଜ୍ୟ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶାଳୟର ନିର୍ଦେଶକ ମନୋଜ କୁମାର ପାଢୀ ରାୟଗଡା ଗସ୍ତ କରି ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି। ଜୟପୁରରୁ ରାୟଗଡା ଅଭିମୁଖେ ଆସୁଥିବା ବେଳେ ସେ ରାସ୍ତାରେ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ସେହି ସ୍କୁଲ ଗୁଡିକରେ କିପରି ଶିକ୍ଷାଦାନ କରାଯାଉଛି, ସରକାରଙ୍କ ଦ୍ବାରା ଦିଆଯାଉଥିବା ସମସ୍ତ ସୁବିଧା ପିଲା ମାନେ ପାଉଛନ୍ତି କି ନାହିଁ, ସ୍କୁଲରେ କି ସମସ୍ୟା ରହିଛି, ସେସବୁର ତଦାରଖ କରିଥିଲେ। ଆଜି ଗୁରୁବାର କୋଲନରା ବ୍ଲକ ଗସ୍ତ କରି ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ସମସ୍ତ ବିଷୟରେ ସ୍କୁଲର କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ। ସ୍କୁଲ ଗୁଡିକର ଉନ୍ନତି ଓ ବିକାଶ ନେଇ ସରକାର ଯେଉଁ ସବୁ ପଦକ୍ଷେପ ନେଉଛନ୍ତି ସେଗୁଡିକ ଠିକ ସମୟରେ ବିଦ୍ୟାଳୟରେ ପହଞ୍ଚୁଛି କି ନାହିଁ ତାହାର ତଦାରଖ କରିଥିଲେ। ପିଲାଙ୍କୁ ଶିକ୍ଷକମାନେ ଠିକ ଶିକ୍ଷା ଦେଉଛନ୍ତି କି ନାହିଁ ତାହାର ମଧ୍ୟ ତଦାରଖ କରିଥିଲେ।

publive-image Sambad

ପରେ ସେ କସ୍ତୁରବା ଗାନ୍ଧୀ ବିଦ୍ୟାଳୟଗୁଡିକ ଯାଞ୍ଚ କରିଥିଲେ। ବିଦ୍ୟା ଗୁଡିକରେ ପିଲାଙ୍କୁ ଖାଇବାକୁ, ରହିବାକୁ ସମସ୍ତ ସୁବିଧା ରହିଛି କି ନାହିଁ ଏବଂ ସ୍କୁଲର ପରିବେଶ ଇତ୍ୟାଦି ବୁଲି ଦେଇଥିଲେ। ପରେ ନିଜେ ପାଠ ପଢିଥିବା ରାୟଗଡାର ଜିସିଡି ହାଇସ୍କୁଲ ପରିଦର୍ଶନ କରିଥିଲେ। ସେ ଏହି ବିଦ୍ୟାଳୟରେ ଗତ ୧୯୮୧ ମସିହାରେ ପାଠ ପଢୁଥିବା କଥା ପିଲାଙ୍କୁ କହିଥିଲେ। ଏହି ବିଦ୍ୟାଳୟ ବହୁ ପିଲାଙ୍କୁ ଭଲ ମଣିଷ କରି ଗଢି ତୋଳିଛି ବୋଲି କହିଥିଲେ।ପିଲାଙ୍କ ସହ ସାକ୍ଷାତ କରି ସେ ଭାବବିହ୍ବଳ ହୋଇ ଯାଇଥିଲେ। ନିଜର ପୁରୁଣା ଅତୀତ କଥା ମନେ ପକାଇ ସମସ୍ତ ଶିକ୍ଷକ ମାନଙ୍କୁ କହିବା ସମୟରେ ଆଖିରୁ ଲୁହ ଝରି ପଡୁଥିଲା। ସେଦିନ ଆଉ ଆଜିର ଦିନରେ ବହୁତ ତଫାତ ରହିଥିବା କହିଥିଲେ। ସରକାରଙ୍କ ତରଫରୁ ପିଲାଙ୍କୁ ସ୍ମାର୍ଟ କ୍ଲାସ ରୁମ ପ୍ରଦାନ କରାଯାଇଛି ବୋଲି କହିଥିଲେ। ଏହି ଗସ୍ତ ବେଳେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ବ୍ଲକ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe