ଅନୁସୂଚିତ ଜାତି ଓ ଜନଜାତି ସଚିବଙ୍କ ରାୟଗଡା ଗସ୍ତ

Advertisment
ଅନୁସୂଚିତ ଜାତି ଓ ଜନଜାତି ସଚିବଙ୍କ ରାୟଗଡା ଗସ୍ତ

Sambad

ରାୟଗଡା: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସଚିବ ତଥା କମିସନର ରୂପା ରୋଶନ ସାହୁ ଚାରିଦିନିଆ ରାୟଗଡ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟ ସହ ଜନଜାତି କଲ୍ୟାଣମୂଳକ କାର୍ଯ୍ୟଗୁଡିକ ପରିଦର୍ଶନ କରିଛନ୍ତି। ସଚିବ ରୂପା ରୋଶନ ସାହୁଙ୍କ ସହ ବିଭାଗର ଏକ ପ୍ରତିନିଧି ଦଳ ପ୍ରଥମେ ପିତାମହଲ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ବାଳକ ଓ ବାଳିକା ହଷ୍ଟେଲ, ଶ୍ରେଣୀ କକ୍ଷ ବୁଲି ଦେଖିଥିଲେ। ପରେ ପ୍ରଥମ ଶ୍ରେଣୀରେ ମାତୃଭାଷା ଭିତ୍ତିକ ଶିକ୍ଷାଦାନକୁ ପରଖିଥିଲେ। ନିଜେ ସଚିବ ପିଲାଙ୍କ ଶିକ୍ଷଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ ଏବଂ ବିଦ୍ୟାଳୟ ପକ୍ଷରୁ ଗ୍ରହଣ  କରାଯାଇଥିବା ଆନନ୍ଦମୟ ଶିକ୍ଷା ପ୍ରକ୍ରିୟାର ଭୁୟାଶୀ ପ୍ରଶଂସା କରିଥିଲେ। ପରେ ପ୍ରଧାନଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ବିଦ୍ୟାଳୟର ପ୍ରଗତିର ଚିତ୍ର ସହ ବିଭିନ୍ନ ଶିକ୍ଷଣ ଭିତ୍ତିକ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ। ଏଥିସହ ପିଲାଙ୍କ ଦ୍ଵାରା ପ୍ରଦର୍ଶିତ ବିବିଧ କାର୍ଯ୍ୟକ୍ରମକୁ ପ୍ରତିନିଧି ଦଳ ଉପଭୋଗ କରିଥିଲେ। ସଚିବ ଶ୍ରୀମତି ସାହୁ ପିଲାଙ୍କୁ ଉଦବୋଧନ ଦେଇ ବିଦ୍ୟାଳୟ ଓ ପିଲାଙ୍କ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ। ସେଠାରେ ଥିବା ରୋଷେଇ ଘରକୁ ଯାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ।

publive-image Sambad

ଏହି ଗସ୍ତକ୍ରମରେ ଯୁଗ୍ମ ନିର୍ଦ୍ଦେଶକ ଟୁକୁ ବାରିକ, ଉପନିର୍ଦ୍ଦେଶକ ଆଶିଷ ଭୋଇ ସହ ଏକ ନଅ ଜଣିଆ ପ୍ରତିନିଧି ଦଳ ବିକ୍ଷିପ୍ତ ଭାବେ ବିଦ୍ୟାଳୟର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିଥିଲେ। ଏହି ଦଳରେ ରାୟଗଡ ପିଏ ଆଇଟିଡିଏ ଡ଼ଃ ଦିଲୀପ କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଶିକ୍ଷା ମଣ୍ଡଳାଧୀଶ ଶ୍ୟାମଘନ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ କୋଟଲାଗୁଡାସ୍ଥ ଅନ୍ବେଷା ହଷ୍ଟେଲ ଯାଇ ପିଲାଙ୍କ ସହ ଆଲୋଚନା କରିଥିଲେ ଏବଂ ସେଠାକାର ପରିବେଶ ଅନୁଧ୍ୟାନ କରିଥିଲେ। ଦ୍ବିତୀୟ ଦିବସରେ ଏହି ଦଳ  ବିଷମ କଟକ ଆରିସାକାଣି, ରାମନାଗୁଡା ବ୍ଲକର ପାଲୁପାଇ ଉଚ୍ଚ ବିଦ୍ୟାଳୟ, କଣ୍ଡାଜାମ ସେବାଶ୍ରମ, ଗୁଣପୁର ବ୍ଲକର ପୁଟ୍ଟ।ସିଂହ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସହ ପିଲାଙ୍କ ସହ ଆଲୋଚନା କରିଥିଲେ। ଚାଟିକଣାରେ ଥିବା ଡିକେଡିଏର ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ଏସଏଚଜି ମହିଳାଙ୍କୁ ଋଣ ପ୍ରଦାନ କରିଥିଲେ। ଆଉ ଦୁଇ ଦିନ ସଚିବ ରାୟଗଡାରେ ରହି ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ଉନ୍ନୟନ କାର୍ଯ୍ୟ ସହ ସ୍କୁଲ ପରିଦର୍ଶନ କରିବେ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe