ରାୟଗଡ଼ା/କଳାହାଣ୍ଡି: ‘ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା କରିବା ପାଇଁ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଗୁରୁବାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିଛନ୍ତି। ବରିଷ୍ଠ ଆଇଏଏସ୍ ଅଧିକାରୀ ଆଜି ଉଭୟ ହସ୍ପିଟାଲରେ ବିଭିନ୍ନ କାର୍ଯ୍ୟକ୍ରମ କେମିତି ଚାଲିଛି ତାହା ସମୀକ୍ଷା କରିଛନ୍ତି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ରୋଗୀ ସେବା ଓ ଔଷଧ ଯୋଗାଣ ନେଇ ପଚାରି ବୁଝିଛନ୍ତି।
/sambad/media/post_attachments/wp-content/uploads/2019/10/kld1.jpg)
ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶ୍ରୀ ପାଣ୍ଡିଆନ୍ ରୋଗୀ ସେବା ଓ ଔଷଧ ଯୋଗାଣ ନେଇ ରୋଗୀମାନଙ୍କୁ ପଚାରି ବୁଝିଛନ୍ତି। ହସ୍ପିଟାଲ ପରିସରରେ ଦଲାଲଙ୍କ ପ୍ରାଦୂର୍ଭାବ ରହୁଛି କି ନାହିଁ, ତାହା ଅବଗତ ହୋଇଛନ୍ତି। ସେ ହସ୍ପିଟାଲ ପରିସର ଓ ବାହାର ପାର୍ଶ୍ୱ ବୁଲି ଦେଖିଛନ୍ତି। ସେହିପରି ଆରଟିଓ କାର୍ଯ୍ୟାଳୟ ଯାଇ ସେଠାରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଧାଡିରେ ଛିଡ଼ା ହୋଇଥିବା ଲୋକଙ୍କ ସହ କଥା ହୋଇଛନ୍ତି। ଗ୍ରାହକମାନେ ଭଲ ଭାବରେ ସେମାନଙ୍କର କାମ କରିପାରୁଛନ୍ତି କି ନାହିଁ, ତାହା ପଚାରି ବୁଝିଛନ୍ତି।
Follow Us