ତଳପଡ଼ାରେ ଭୋଟ୍‌ ବର୍ଜନ ନିଷ୍ପତ୍ତି

ତଳପଡ଼ାରେ ଭୋଟ୍‌ ବର୍ଜନ ନିଷ୍ପତ୍ତି

ଭବାନୀପାଟଣା: ଭବାନୀପାଟଣା ସହରର ବିଭିନ୍ନ ପଡ଼ାକୁ ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ୱାର୍ଡ ନଂ ୧୩ର ଆମ୍ବଗଛପଡ଼ା ସ୍ଥିତ ତଳପଡ଼ାରେ ଆଜି ଯାଏଁ ରାସ୍ତାଟିଏ ତିଆରି ନ ହେବାରୁ ଚଳିତ ନିର୍ବାଚନରେ ଭୋଟ୍‌ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ତଳପଡ଼ାରେ ପାଖାପାଖି ୨୫ ପରିବାର ବସବାସ କରୁଛନ୍ତି। ବର୍ଷା ଦିନ ଆସିଲେ ଆଣ୍ଠୁଏ ପାଣି ସହିତ ଡ୍ରେନ୍ ପାଣି ଘର ଭିତରେ ପଶିଥାଏ। ରାସ୍ତା ଠିକ୍ ନଥିବାରୁ ଗର୍ଭବତୀ ଓ ରୋଗୀଙ୍କୁ ବୋହିକି ନେବାକୁ ପଡ଼ିଥାଏ।

ନିର୍ବାଚନ ପୂର୍ବରୁ ସହରର ସବୁ ରାସ୍ତା ମରାମତି ଓ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି। କିନ୍ତୁ ସ୍ଥାନୀୟ ପୌରପାଳିକାକୁ ବାରମ୍ବାର ଗୁହାରି କଲା ପରେ ବି ଏହି ପଡ଼ାର ରାସ୍ତା ତିଆରି ହେଲା ନାହିଁ। ମଙ୍ଗଳବାର ସମାଜସେବୀ ଲକ୍ଷ୍ମୀନାରାୟଣ ପଣ୍ଡା ଓ ପଡ଼ାର ହେମନ୍ତ ଦୁର୍ଗାଙ୍କ ନେତୃତ୍ବରେ ୫୦ରୁ ଅଧିକ ଲୋକ ମୁନିସିପାଲିଟି ଅଫିସ୍‌ ଯାଇଥିଲେ। ନିର୍ବାହୀ ଅଧିକାରୀ ପଡ଼ାକୁ ଯାଇ ସମସ୍ୟା ବୁଝିବେ ବୋଲି ଖବର ଦେଲେ। କିନ୍ତୁ ବୁଧବାର ସନ୍ଧ୍ୟା ସୁଦ୍ଧା କାହାରି ଦେଖା ଦର୍ଶନ ମିଳିଲା ନାହିଁ। ଫଳରେ ପଡ଼ାବାସୀ କ୍ଷୋଭ ପ୍ରକାଶ କରି ରାସ୍ତା ନାହିଁ ତ ଭୋଟ୍‌ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe