ଗାଁରେ ବୁଥ୍‌ ନହେଲେ ଭୋଟ୍‌ ଦେବୁନାହିଁ, ଭୁଇପାଣି ଗ୍ରାମବାସୀଙ୍କ ନିଷ୍ପତ୍ତି  

Advertisment
ଗାଁରେ ବୁଥ୍‌ ନହେଲେ ଭୋଟ୍‌ ଦେବୁନାହିଁ, ଭୁଇପାଣି ଗ୍ରାମବାସୀଙ୍କ ନିଷ୍ପତ୍ତି  

ନୂଆପଡ଼ା/ବୋଡ଼େନ: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ମାଓପ୍ରବଣ ନଗପଡ଼ା ପଞ୍ଚାୟତ ଭୁଇପାଣି ଗ୍ରାମରେ ବୁଥ୍‌ ହୋଇନାହିଁ। ଏଥିପାଇଁ ଗ୍ରାମବାସୀମାନେ ଭୋଟ୍‌ ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଭୂଇଁପାଣି ଗ୍ରାମରେ ୫ଟି ପଡ଼ା (ଭୁଇପାଣି, ଖୋଲିପଡ଼ା, ପହରିଆ ପଡ଼ା, ଛୁଇଁପାଣି, ବରପଦର) ଥିବାବେଳେ ଭୋଟରଙ୍କ ସଂଖ୍ୟା ୪୮୮। ଗ୍ରାମର ଜନସଂଖ୍ୟା ୮୦୦। ସୂଚନାନୁସାରେ ଭୁଇପାଣି ଗ୍ରାମର ବୁଥ୍‌କୁ ଝରଣାମାଳକୁ ସ୍ଥାନାନ୍ତର ହୋଇଛି। ଭୂଇଁପାଣି ଗ୍ରାମରୁ ଝରଣାମାଲ ଦୂରତା ପ୍ରାୟ ୮ କିମି। ଘଞ୍ଚ ଜଙ୍ଗଲ ମଧ୍ୟରେ ଇନ୍ଦ୍ରା ନଦୀକୁ ପାର୍‌ ହୋଇ ଯିବାକୁ ପଡ଼ିବ। ଅନ୍ୟ ଗ୍ରାମରେ ବୁଥ୍‌ ହେଲେ ଶାରୀରିକ ଭିନ୍ନକ୍ଷମ, ଗର୍ଭବତ, ବରିଷ୍ଠ ନାଗରିକଙ୍କ ଯାତାୟାତରେ ସମସ୍ୟା ହେବ। ତେଣୁ ଚଳିତ ନିର୍ବାଚନରେ ଅନ୍ୟ ୱାର୍ଡରେ ମତଦାନ କେନ୍ଦ୍ର ନିଷ୍ପତ୍ତିକୁ ଗ୍ରାମବାସୀ ବିରୋଧ କରିଛନ୍ତି। ନିଜ ଗ୍ରାମରେ ବୁଥ୍‌ ହେଲେ ସେମାନେ ଭୋଟ୍‌ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଇନ୍ଦ୍ରମଣି ଚିନ୍ଦା, ଚନ୍ଦନ ଚିନ୍ଦା ଏବଂ କୁଶଳ ଚିନ୍ଦା, କଲା ଚିନ୍ଦା ଏଭଳି ଦାବି ଉପସ୍ଥାନପନା କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ  କହିଛନ୍ତି: ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ଦୃଷ୍ଟରୁ କିଛି ସ୍ଥାନରେ ବୁଥ୍‌କୁ ସ୍ଥାନାନ୍ତର କରାଯାଇଛି। ଯଦି କୌଣସି ଗ୍ରାମବାସୀଙ୍କୁ ବୁଥ୍‌ ଦୂର ହେବ, ତେବେ ପ୍ରଶାସନ ପକ୍ଷରୁ ଗାଡ଼ିର ବ୍ୟବସ୍ଥା କରି ମତଦାନ କେନ୍ଦ୍ରକୁ ଆଣାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe