ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

Advertisment

ଚଳିତ ମାସ ୧୬ରୁ ଆସନ୍ତା ମାସ ୧୫ ପର୍ଯ୍ୟନ୍ତ ଚାଲିବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଚଳିତ ମାସ ୧୬ରୁ ଆସନ୍ତା ମାସ ୧୫ ପର୍ଯ୍ୟନ୍ତ ଚାଲିବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ବାରିପଦା: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତତ୍ୱାବଧାନରେ ଜିଲ୍ଲାର ୯ଟି ନିର୍ବାଚନୀ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଉଅଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆଗାମୀ ୨୦୨୧ ଜାନୁୟାରୀ ପହିଲାକୁ ଯୋଗ୍ୟତାସୂଚକ ୧୮ ବର୍ଷ ଓ ତଦୁର୍ଦ୍ଧ୍ବ ସମସ୍ତ ସାବାଳକ ନାଗରିକମାନଙ୍କର ନିର୍ଭୂଲ ଭୋଟର ତାଲିକା ପ୍ରସ୍ତୁତି ସକାଶେ ନୂତନ ଭୋଟରଙ୍କ ନାମ ପଞ୍ଜିକରଣ କରାଯିବ ସହିତ ଭୋଟର ତାଲିକାରୁ ମୃତକ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ବାଦ୍ ଦେବା ଏବଂ ଭୋଟର ତାଲିକାରେ ନିଜର କୌଣସି ଭୁଲ ଓ ତୃଟି ଇତ୍ୟାଦିର ସଂଶୋଧନ ନିମନ୍ତେ ଉଦ୍ଧିଷ୍ଟ ଥିବା ଫର୍ମରେ ଯଥାକ୍ରମେ ଫର୍ମ ନଂ-୬,୭,୮ ଓ ୮(କ) ରେ ସଂପୃକ୍ତ ବୁଥ ସ୍ତରୀୟ (ବିଏଲ୍ଓ) ଙ୍କ ସହଯୋଗରେ ଫର୍ମ ପୂରଣକରି ଆସନ୍ତା ମାସ ୧୫ ମଧ୍ୟରେ ନୂତନ ଭୋଟରଙ୍କ ନାମପଞ୍ଜିକରଣ ଏବଂ ଆପତି ଅଭିଯୋଗ ଦରଖାସ୍ତ ଆବେଦନ କରାଯିବାର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି ।

କାର୍ଯ୍ୟସୂଚୀ ମତେ ମୟୂରଭଞ୍ଜ ଜିଲ୍ଲା ସମସ୍ତ ୯ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ସ୍ତରରେ ଚିଠା ଭୋଟର ତାଲିକା ଚଳିତ ମାସ ୧୬ରୁ ସମସ୍ତ ବୁଥ୍ / ଏଇଆର୍ଓ/ ତଥା ଉପଜିଲ୍ଲାପାଳ ତଥା ଇଆର୍ଓ ସ୍ତରରେ ଚିଠା ଭୋଟର ତାଲିକା ୨୦୨୦ ପ୍ରକାଶିତ ହୋଇଅଛି । ଏହି ଭୋଟର ତାଲିକା ସଂଶୋଧନ ପ୍ରକିୟା ଆସନ୍ତା ମାସ ୧୫ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସମୟ ମଧ୍ୟରେ ଦାଖଲ ହୋଇଥିବା ସମସ୍ତ ଆପତି ଅଭିଯୋଗ ଉପରେ ଆସନ୍ତା ଜାନୁୟାରୀ ୨୭ ତାରିଖ ସୁଦ୍ଧା ଫଏସଲା କରାଯିବ ।

ଫଏସଲା ହୋଇଥିବା ସମସ୍ତ ଆପତି ଅଭିଯୋଗ ଗୁଡିକର କମ୍ପ୍ୟୁଟୀକରଣ ଅପଟୁଡେଟ୍ ଡାଟାବେସ ଆସନ୍ତା ୧୪ ଜାନୁୟାରୀ ୨୦୨୧ ରିଖ ସୁଦ୍ଧା ପ୍ରସ୍ତୁତି କରାଯାଇ ଆସନ୍ତା ବର୍ଷ ୧୫ ଜାନୁୟାରୀ ଦିନ ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ । ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ତଥା ସଫଳ ରୂପାୟନ ପାଇଁ ଦଳୀୟ ରାଜନୈତିକ କର୍ମକର୍ତାମାନଙ୍କୁ ନେଇ ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ୍ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ୍ ଭୋଟର ସଂଶୋଧନ ପ୍ରକିୟା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଉଲ୍ଲେଖ କରି ଜିଲ୍ଲାରେ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ବିଶେଷ ଧ୍ୟାନ ଦେଇ କାର୍ଯ୍ୟକ୍ରମ ସଂପାଦନ ସକାସେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ ତଥା ଇଆରଓ ଏଇଆର୍ଓ ଙ୍କ ତତ୍ୱାବଧାନରେ ସଂପୃକ୍ତ ବିଏଲଓ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରାଯାଉଥିବା ସୂଚାଇଥିଲେ । ଏହି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ କାର୍ଯ୍ୟକ୍ରମରେ ବିଶେଷ କରି ୧୮ ରୁ ଉର୍ଧ୍ବ ଯୁବ ଭୋଟର ଏବଂ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସାମିଲ ପାଇଁ ଗୁରୁତ୍ୱ ଦିଆଯାଇଛି । ବୁଥ୍ ସ୍ତରରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ନୂତନ ଭୋଟରଙ୍କ ନାମ ପଞ୍ଜିକରଣ ଓ ସଂଶୋଧନ ଆଦି ଅଭିଯାନ କାର୍ଯ୍ୟରେ ସଂପୃକ୍ତ ବିଏଲ୍ଓ ଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ଦଳୀୟ ରାଜନୈତିକ ତରଫରୁ ଏଜେଂଟ ମାନଙ୍କୁ ସାମିଲ କରାଯିବା ଏବଂ ଜନସଚେତନତା ପାଇଁ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ବାରିପଦା ଉପଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡି, ଡେପୁଟି କଲେକ୍ଟର (ନିର୍ବାଚନ) ସମରଜିତ କର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe