ଜାତୀୟ ମତଦାନ ଦିବସ ପାଳିତ

Advertisment
ଜାତୀୟ ମତଦାନ ଦିବସ ପାଳିତ

Sambad

ମାଲକାନଗିରି: ମାଲକାନଗିରି ସ୍ଥିତ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଜନସାଧାରଣ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଏକତ୍ରୀତ ହୋଇ ଏକ ବିରାଟ ରାଲିରେ ବାହାରି ସଂସ୍କୃତି ଭବନ ପର୍ୟ୍ୟନ୍ତ ଲୋକଙ୍କୁ ସଚେତନ କରାଇଥିଲେ। ପରେ ସଂସ୍କୃତି ଭବନ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଏହି କାର୍ୟ୍ୟକ୍ରମରେ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଯୋଗ ଦେଇଥିବା ବେଳେସମ୍ମାନୀତ ଅତିଥି ଭାବେ ଡେପୁଟି କଲେକ୍ଟର ଲଳିତ ମଣ୍ଡଳ,ସହକାରୀ ଜିଲ୍ଲାପାଳ ଚନ୍ଦ୍ରମଣି ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଯୁବପିଢିଙ୍କୁ ଉତ୍ସାହିତ କରିଥିଲେ। ଯୁବ ରେଡକ୍ରସର ଆବାହକ ଡ.ରଂଜନ କୁମାର ସ୍ବାଇଁ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି କାର୍ୟ୍ୟକ୍ରମରେ ଶପଥ ପାଠ ଉତ୍ସବ ପାଳନ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଯେଉଁମାନଙ୍କର ୧୮ ବର୍ଷ ହୋଇଥିଲା ସେମାନଙ୍କୁ ନୂତନ କାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା। ପରେ ଉତ୍ତମ କାର୍ୟ୍ୟ କରିଥଇବା ବିଏଲଓମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ସେହିପରି ଯୁବ ରେଡକ୍ରସର ଆବାହର ଡ.ରଂଜନ କୁମାର ସ୍ବାଇଁଙ୍କୁ ସମାଜସେବୀ ଓ ସଂଗଠକ ଭାବେ ସମ୍ବର୍ଦ୍ଧନା କରାଯାଇଥିଲା। କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ଦାସ, ଜ୍ଞାନରଂଜନ ସ୍ବାଇଁ, ଦେବାଶିଷ ନେଲରୁ, ଭଗବାନ ମାଳି, ସରୋଜ ହାଲଵା ପ୍ରମୁଖ ଯୋଗ ଦେଇଥିଲେ। କୋଭିଡ ନିୟମକୁ ପାଳନ କରାଯାଇ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe