ନିର୍ବାଚନରେ ସ୍କୁଲବସ୍‌ ରିକ୍ୟୁଜିସନ, ଅଡ଼ୁଆରେ ପାଠୁଆ

ନିର୍ବାଚନରେ ସ୍କୁଲବସ୍‌ ରିକ୍ୟୁଜିସନ, ଅଡ଼ୁଆରେ ପାଠୁଆ

ଝାରସୁଗୁଡ଼ା (ପ୍ରଶାନ୍ତ ମିଶ୍ର): ଚଳିତ ବର୍ଷ ନିର୍ବାଚନ କାମରେ ଖୋଲା ଗାଡ଼ି ବ୍ୟବହାର ହେବନାହିଁ ବୋଲି ନିର୍ବାଚନ କମିସନ ନିର୍ଦ୍ଦେଶ ଦେବା ପରେ ଏଥର ନିର୍ବାଚନ କାମରେ ଆଉ ଟ୍ରକ, ମିନି ଟ୍ରକ୍‌ ନିୟୋଜିତ କରାଯିବା ନାହିଁ। ନିର୍ବାଚନ କାର୍ଯ୍ୟରେ ଯାଉଥିବା କର୍ମଚାରୀ ମାନେ ଏହି ନିର୍ବାଚନରେ ବସ୍‌, ମିନିବସ୍‌, ବୋଲେରୋ, ଟାଟା ମ୍ୟାଜିକ ଭଳି ଗାଡ଼ିରେ ଯିବେ ବୋଲି ଜଣାପଡ଼ିଛି। ଝାରସୁଗୁଡ଼ା ଜିଲ୍ଲାରେ ଏଥିପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରକାର ଗାଡ଼ିର ରିକ୍ୟୁଜିସନ ଆରମ୍ଭ ହୋଇଯାଇଛି।

publive-image photo by : India Today

ଜିଲ୍ଲାରେ ଯଦି ଗାଡ଼ି କମ୍‌ ପଡ଼ିବ ତେବେ ଅନ୍ୟ ଜିଲ୍ଲାରୁ ଅଣାଯିବ ଓ ଅଧିକ ଥିଲେ ତାହା ଅନ୍ୟ ଜିଲ୍ଲାକୁ ପଠାଯିବା ପାଇଁ ନିର୍ଦ୍ଦେଶ ରହିଛି। ଝାରସୁଗୁଡ଼ାରୁ ଶହେ ବସ୍‌ କଳାହାଣ୍ଡି ପଠାଯିବ ବୋଲି ଜଣାଯାଇଛି। ଜିଲ୍ଲାରେ ଏଥର ନିର୍ବାଚନ କାର୍ଯ୍ୟରେ ବଡ଼ ବସ୍‌( ୬୦ ସିଟ୍‌ ବିଶିଷ୍ଟ) ୧୪ ଗୋଟି, ମିନିବସ୍‌( ୧୮ ସିଟ୍‌ ବିଶିଷ୍ଟ) ୯୯ ଗୋଟି, ବୋଲେରୋ ୨୯୪ ଗୋଟି, ଟାଟା ମ୍ୟାଜିକ ୨୫୦ ଗୋଟି ଓ ଇନୋଭା ୩ ଗୋଟି ବ୍ୟବହାର କରାଯିବ। ସେହିପରି ପୁଲିସ ବ୍ୟବହାର ନିମନ୍ତେ ୨ ଗୋଟି ବଡ଼ ବସ୍‌, ୮ ଗୋଟି ମିନିବସ୍‌, ୧୦୫ ଗୋଟି ବୋଲେରୋ ଓ ୩ ଗୋଟି ଟ୍ରକ୍ର ଆବଶ୍ୟକତା ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବହୁ ସଂଖ୍ୟାରେ ବସ୍‌ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏବର୍ଷ ପ୍ରଥମ କରି ବିଭିନ୍ନ ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନର ବସ୍‌ ମାନଙ୍କୁ ସରକାର ରିକ୍ୟୁଜିସନ କରିଛନ୍ତି।

publive-image

ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ପ୍ରଭୃତି ଜିଲ୍ଲାର ବହୁ ଶିକ୍ଷାନୁଷ୍ଠାନର ବସ୍‌ ଗୁଡ଼ିକ ନିର୍ବାଚନ କାମରେ ନିୟୋଜିତ ହେଉଥିବାରୁ ଏହି ବସ ଗୁଡ଼ିକରେ ପାଠ ପିବାକୁ ଯାଉଥିବା ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ କିପରି ଯାତାୟତ କରିବେ । ସେ ନେଇ ଅଭିଭାବକ ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ନେଇ ସରକାରଙ୍କ ପାଖରେ କୌଣସି ଉତ୍ତର ନଥିବା ବେଳେ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା କରାଯିବାକୁ ମଧ୍ୟ ମତ ପ୍ରକାଶ ପାଉଛି।ଏ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ ବିଭୁତି ଭୂଷଣ ଦାସଙ୍କୁ ପଚାରିବାରୁ ସେ କହଛନ୍ତି, ଏ ନେଇ ଆରଟିଓ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯିବ। ଯେଉଁ ସ୍କୁଲ ଏଥିପାଇଁ ସଂପୂର୍ଣ୍ଣ ପ୍ରଭାବିତ ହେବ ତାଙ୍କ କଥା ବିଚାରକୁ ନେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe