ବୁର୍ଲା ହସ୍‌ପିଟାଲ: ମେଡିସିନ ୱାର୍ଡ ବାରଣ୍ଡାରେ ଗଡ଼ୁଛନ୍ତି ରୋଗୀ, ଗୁରୁତର ହେଉଛି ରୋଗୀଙ୍କ ଅବସ୍ଥା

ବୁର୍ଲା ହସ୍‌ପିଟାଲ: ମେଡିସିନ ୱାର୍ଡ ବାରଣ୍ଡାରେ ଗଡ଼ୁଛନ୍ତି ରୋଗୀ, ଗୁରୁତର ହେଉଛି ରୋଗୀଙ୍କ ଅବସ୍ଥା

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଲାଇଫ୍‌ଲାଇନ୍‌ ‘ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଡାକ୍ତରଖାନାରେ ଦିନକୁ ଦିନ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ହସ୍‌ପିଟାଲରେ ରୋଗୀଙ୍କ ପାଇଁ ଆବଶ୍ୟକ ପରିମାଣରେ ବେଡ୍‌ର ବ୍ୟବସ୍ଥା ନଥିବାରୁ ବହୁ ଅସୁବିଧା ଦେଖାଯାଇଛି। ଏପରିକି ରୋଗୀଙ୍କୁ ବାରଣ୍ଡାରେ ଶୋଇବାକୁ ପଡୁଛି। ହସ୍‌ପିଟାଲରେ ମଙ୍ଗଳବାର ୧୪୦ ଜଣ ରୋଗୀ ପଂଜିକରଣ ହୋଇଛନ୍ତି କିନ୍ତୁ ସେମାନଙ୍କୁ ବେଡ ନ ମିଳିବାରୁ ବାରଣ୍ଡାରେ ପଡ଼ିରହିଛନ୍ତି।

ନୂଆ କୋଠାକୁ ସ୍ଥାନାନ୍ତରଣ ହେଉନାହିଁ। ରୋଗୀମାନେ ମେଡିସିନ ୱାର୍ଡ ବାରଣ୍ଡାରେ ଗଡ଼ୁଛନ୍ତି। ଗୋଟିଏ ଦିନରେ ମଙ୍ଗଳବାର ୧୪୦ ରୋଗୀ ଭର୍ତ୍ତି ହେବା ପରେ ସ୍ଥିତି ଗୁରୁତର ହୋଇ ପଡ଼ିଥିଲା। ଅପରିଷ୍କାର ବାତାବରଣରେ ଯେଉଁଠି ଲୋକେ ପାନ ଛାପ ପକାଇ ଧୁଳି ଉଡ଼ାଇ ଯାଉଛନ୍ତି ସେହି ପାଖରେ କିଡନି, ଲିଭର, ଜ୍ୱର, ପାରାକ୍ୱେଟ ଖାଇ ଗୁରୁତର ଅବସ୍ଥାରେ ପୀଡ଼ିତ ରୋଗୀ ଚିକିତ୍ସିତ ହେଉଛନ୍ତି। ଏଭଳି ସ୍ଥିତିରେ ସେମାନେ ସୁସ୍ଥ ହେବେ ନା ତାଙ୍କ ଅବସ୍ଥା ଆହୁରି ଗୁରୁତର ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

publive-image

ସୂଚନା ଅନୁଯାୟୀ, ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାର ମେଡିସିନ ୱାର୍ଡର କ୍ଷମତା ୧୮୦। ଏଠାରେ ୨୪୦ ରୋଗୀ ଚିକିତ୍ସିତ ହୋଇଥାଆନ୍ତି। ଯେକୌଣସି ସମୟରେ ରୋଗୀ ଆସି ପହଞ୍ଚିଲେ ମଧ୍ୟ ଶଯ୍ୟା ମିଳେ ନାହିଁ। ମେଡିସିନ ୱାର୍ଡ ଭିତରେ ରୋଗୀଙ୍କୁ ତଳେ ଶୁଆଇ ଚିକିତ୍ସା ସାଧାରଣ କଥା ହୋଇଯାଏ। ସ୍ଥିତି ଏଭଳି ଯେ ୱାର୍ଡ ଭିତରେ ଗୋଡ଼ ବୁଲାଇବାକୁ ମଧ୍ୟ ସ୍ଥାନ ନଥାଏ। ମାତ୍ର ମଙ୍ଗଳବାର ଅବସ୍ଥା ଆହୁରି ଗୁରୁତର ହୋଇ ପଡ଼ିଥିଲା।

ୱାର୍ଡ ଭିତରେ ସ୍ଥାନାଭାବ ହେବାରୁ ରୋଗୀଙ୍କୁ ବାହାରକୁ ଶୁଆଇ ଦିଆଯାଇଛି। ସେଠି ପୁଣି ରୋଗୀଙ୍କ ପାଇଁ ସାଲାଇନ ଷ୍ଟାଣ୍ଡ, ଗୁରୁତର ସ୍ଥିତିରେ ଅକ୍ସିଜେନ ଦେବା ମଧ୍ୟ ପ୍ରାୟ ଅସମ୍ଭବ ହୋଇ ପଡ଼ିଛି। ଏପରିକି ଏଠାରେ ପଙ୍ଖାଟିଏବି ନାହିଁ। ମଙ୍ଗଳବାର ଗୋଟିଏ ଦିନରେ ଏଭଳି ହୋଇଥିବାବେଳେ ଅଧିକ ରୋଗୀ ଭର୍ତ୍ତି ହେଲେ ବୁଧବାର ପର୍ଯ୍ୟନ୍ତ ସାଂଘାତିକ ସ୍ଥିତି ହେବା ନେଇ ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe