ପୁଣି ଭିସୁଟ୍ ପରୀକ୍ଷା ବାତିଲ, ଉଠିନି କଣ୍ଟେନ୍‌ମେଣ୍ଟ କଟକଣା

Advertisment
ଚନ୍ଦ୍ରଯାନ-୩ ଟିମରେ ଭିସୁଟରୁ ଉର୍ତ୍ତୀର୍ଣ୍ଣ ୧୪ ବୈଜ୍ଞାନିକ

ସମ୍ବଲପୁର : ବହୁ ସଂଖ୍ୟାରେ ଭିସୁଟ୍‌ ଛାତ୍ର ପଜିଟିଭ୍ ହେବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗତ ୧ ତାରିଖରେ ଥିବା ସମସ୍ତ ପରୀକ୍ଷା ବାତିଲ କରିଥିଲେ। ମଙ୍ଗଳବାର ଉକ୍ତ ଛାତ୍ର ମାନେ ନେଗେଟିଭ୍ ଘୋଷଣା ପରେ ବି ୩ ତାରିଖର ସମସ୍ତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଏ ସଂପର୍କରେ ଭିସୁଟ୍‌ କୁଳପତି ପ୍ର. ବିଭୂତି ଭୂଷଣ ପତି କହିଛନ୍ତି ଯେ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଆମକୁ କୌଣସି ନିର୍ଦ୍ଦେଶ ଆସି ନାହିଁ । ପିଲା ମାନେ ନେଗେଟିଭ୍ ଥିବା କଥା ଆମେ ନ୍ୟୁଜ୍‌ରେ ଦେଖି ଜାଣୁଛୁ । ତେବେ ଯେହେତୁ ଏଯାଏଁ କୌଣସି ସୂଚନା ଆସି ନାହିଁ ତେଣୁ ଆମେ ସ୍ଥିତିକୁ ପୂର୍ବ ଭଳି ଗମ୍ଭୀରତାର ସହ ନେଇ ୩ ତାରିଖର ପରୀକ୍ଷା ଗୁଡ଼ିକ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ।

ବର୍ତ୍ତମାନସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷିତ କଣ୍ଟେନ୍‌ମେଣ୍ଟ ଜୋନ୍‌ କଟକଣା ବଳବତ୍ତର ରହିଛି । ହଷ୍ଟେଲ୍‌ ଗୁଡ଼ିକରେ କଟକଣା ଜାରି ରହିଛି। ସମସ୍ତ କୋଭିଡ୍ ନିୟମାବଳୀର ପାଳନ କରାଯାଉଛି। ଆମକୁ ସରକାର କିଛି ନିର୍ଦ୍ଦେଶ ଦେଲେ ସେ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ସେ କହିଥିଲେ। ତେବେ ଯଦି ସବୁ ଛାତ୍ର ନେଗେଟିଭ୍ ବୋଲି ସରକାର ନିଶ୍ଚିତ ତାହେଲେ କଣ୍ଟେନ୍‌ମେଣ୍ଟ ହଟାଯାଉ ନାହିଁ କାହିଁକି, ପରୀକ୍ଷା ବାତିଲ କାହିଁକି କରାଯାଉଛି ବୋଲି ଛାତ୍ର ଓ ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe