ପାଣିକୋଇଲିରେ ଭିଡ଼, ବସ୍‌ ଅପେକ୍ଷାରେ ଶତାଧିକ ଯାତ୍ରୀ

ପାଣିକୋଇଲିରେ ଭିଡ଼, ବସ୍‌ ଅପେକ୍ଷାରେ ଶତାଧିକ ଯାତ୍ରୀ

କୋରେଇ: ବାଲେଶ୍ଵର ଜିଲ୍ଲା ବାହାନଗା ନିକଟରେ ଦୁଇଟି ଏକ୍ସପ୍ରେସ ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟି ଅନେକ ମୃତାହତ ହୋଇଥିବା ବେଳେ ଏହାର ପ୍ରଭାବ ପାଣିକୋଇଲି ଛକରେ ଦେଖିବାକୁ ମିଳିଛି। ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବାରୁ ପାଣିକୋଇଲି ଛକରେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅନେକ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି।

ସେହି ଭିଡ଼ ଯୋଗୁଁ ଆମ୍ବୁଲାନ୍ସ ସହ ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ  ହୋଇଛି। ବରିଷ୍ଠ ନେତା ସନ୍ତୋଷ କୁମାର ବେହେରା, ଧରଣୀ ଘଡ଼ାଇ, ସୁବାସ ଧଳ ଯାତ୍ରୀମାନଙ୍କୁ ପାନୀୟ ଜଳ ଓ ଖାଦ୍ୟଦ୍ରବ୍ୟ ଦେଇ ଗନ୍ତବ୍ୟ ସ୍ଥଳକୁ ଯିବାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe