ସଡକ ସୁରକ୍ଷା ସପ୍ତାହରେ ୱାକାଥନ୍‌ ସଚେତନତା କାର୍ଯ୍ୟକ୍ରମ

Advertisment
ସଡକ ସୁରକ୍ଷା ସପ୍ତାହରେ ୱାକାଥନ୍‌ ସଚେତନତା କାର୍ଯ୍ୟକ୍ରମ

ରାୟଗଡ଼ା: ରାୟଗଡ଼ା ଜିଲ୍ଳା ସଡ଼କ ସୁରକ୍ଷା ସମିତି ଓ ସ୍ଥାନୀୟ ଆଞ୍ଚଳିକ ପରିବହନ ବିଭାଗ ରାୟଗଡ଼ା ଆନୁକୂଲ୍ୟରେ ଚଳିତ ମାସ ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପି ଜିଲ୍ଳାରେ ‘ସଡକ ସୁରକ୍ଷା ପରିବାର ରକ୍ଷା’ ବାର୍ତ୍ତା ନେଇ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ସପ୍ତାହର ଷଷ୍ଠ ଦିନ ଶନିବାର ଏକ ୱାକାଥନ୍‌ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସାର୍କିଟ ହାଉସ ଠାରୁ ଏହି ୱାକାଥନ୍‌ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକାଦେଖାଇ ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ କୁମାର ଧର, ବିଜୟ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାରକୁ କମ କରିବା ପାଇଁ ସମସ୍ତେ ଟ୍ରାଫିକ୍ ନିୟମ ମାନି ଚଳିବା, ବେପାରୁଆ ଭାବେ ଗାଡ଼ି ନ ଚାଳଇବା ପାଇଁ ଅତିଥିମାନେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅନୁରୋଧ କରିଥିଲେ। ରାସ୍ତାରେ ଯାତାୟାତ କରୁଥିବା ସମୟରେ ଗାଡି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର ନ କରିବା, ହେଲମେଟ୍ ପିନ୍ଧିବା, ମାଦକ ଦ୍ରବ୍ୟ ସେବନ କରି ଗାଡ଼ି ନ ଚଳାଇବା, ଟ୍ରିପଲ ରାଇଡିଂରୁ ଦୂରେଇ ରହିବା, ନାବାଳକଙ୍କୁ ଗାଡି ଚଳାଇବାରୁ ବାରଣ କରିବା, ଗାଡ଼ିର କାଗଜ ପତ୍ର ସାଙ୍ଗରେ ରଖିବା, ମଟର ଗାଡ଼ି ଚଳାଇବା ବେଳେ ସିଟ୍ ବେଲ୍ଟ ବ୍ୟବହାର କରିବା, ପାର୍କିଂ ପ୍ଳେସରେ ଗାଡି ରଖିବା, ଗାଡ଼ି ଧୀରେ ଚଳାଇବା ଓ କର୍କଶ ସ୍ୱରରେ ହର୍ଣ୍ଣ ନ ବଜାଇବା ଏବଂ ଦ୍ରୁତଗତିରେ ଗାଡ଼ି ନ ଚଳାଇବା ସହ ଅସୁସ୍ଥ ଥିଲେ ମଧ୍ୟ ଗାଡି ନ ଚଳାଇବା ଏବଂ କ୍ଷମତା ଠାରୁ ଅଧିକ ଓଜନର ମାଲ ଏବଂ ଯାତ୍ରୀ ପରିବହନ ନ କରିବା ପାଇଁ ପରିବହନ ଓ ପୁଲିସ ବିଭାଗ ପକ୍ଷରୁ ସଚେତନତା କରାଯାଇଛି। ଯଦି ଏହି ନିୟମଗୁଡିକୁ ଅବମାନନା କରାଯାଏ ତାହା ହେଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ରାୟଗଡ଼ା ଆଂଚଳିକ ପରିବହନ ଅଧିକାରୀ ଶିବ ଶଙ୍କର ଚୈାଧୁରୀ ପ୍ରକାଶ କରିଛନ୍ତି।

ୱାକାଥନ୍‌ କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା ରଥ ବୁଲିବା ସହ ବିଭିନ୍ନ ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍, ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ସାମିଲ ହୋଇ ନଗର ପରିକ୍ରମା କରି ସଚେତନତାର ବାର୍ତ୍ତା ବାଂଟିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୋଟର ଯାନ ନିରୀକ୍ଷକ ରାଜ କୁମାର ବେହେରା, ଟିଆଇ ଝାସକେତନ ସଗରିଆ, ରାୟଗଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟର ଏନସିସି ଅଫିସର ଲେଫ୍ଟନାଂଟ ଉଦୟ କୁମାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe