ନିମ୍ନମାନର କାର୍ଯ୍ୟ ଯୋଗୁ ଧସିଲା ମା ଭଦ୍ରକାଳୀ ପୀଠ ପୋଖରୀ ପାଚେରୀ

Advertisment
ନିମ୍ନମାନର କାର୍ଯ୍ୟ ଯୋଗୁ ଧସିଲା ମା ଭଦ୍ରକାଳୀ ପୀଠ ପୋଖରୀ ପାଚେରୀ

ଭଦ୍ରକ: ଲଘୁଚାପଜନିତ ବର୍ଷା ଯୋଗୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ମା’ ଭଦ୍ରକାଳୀ ମନ୍ଦିର ନିକଟରେ ନିର୍ମିତ ପୋଖରୀ ପାଚେରୀ ଧସି ଯାଇଛି। ୨୦ ଫୁଟ୍‌ ଲମ୍ବର ଏଇ ପାଚେରୀ ଧସି ଯିବାରୁ ଏହାକୁ ନେଇ ଆଜି ଭଦ୍ରକର ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏହି ପାଚେରୀ ଧସି ଯାଇଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟର କାର୍ଯ୍ୟାଦେଶ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କରାଯାଇଥିବା ବେଳେ ବାସ୍ତବରେ ଏହି କାର୍ଯ୍ୟକୁ ଶାସକ ଦଳର କିଛି ସ୍ଥାନୀୟ ନେତା କରିଥିବା ନେଇ ଅଭିଯୋଗ ହୋଇଛି। ମା’ ଭଦ୍ରକାଳୀଙ୍କ ପୀଠର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ରାଶି ରାଜ୍ୟ ସରକାର ଯୋଗାଇ ଦେଇଥିବା ବେଳେ ଏହି କାର୍ଯ୍ୟର ସିଂହ ଭାଗ ଟଙ୍କା କେବଳ ହରିଲୁଟରେ ଯାଇଛି। ମା’ଙ୍କ ପୀଠର ବିକାଶ ଅର୍ଥକୁ କିଛି ନେତା ଏଭଳି ଭାବରେ ହରିଲୁଟ କରିବାକୁ ଉଦ୍ୟମ କରିଥିବା ବେଳେ ପୋଖରୀ ପାଚେରୀ ସାମାନ୍ୟ ବର୍ଷାରେ ଧସି ଯିବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି।

publive-image Sambad

ପ୍ରକାଶ ଥାଉକି, ମା’ ଭଦ୍ରକାଳୀଙ୍କ ପୀଠର ବିକାଶ ପାଇଁ ବିଭିନ୍ନ ଯୋଜନାରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ମା’ଙ୍କ ପୀଠର ବିକାଶ ପାଇଁ ଏଭଳି ନିମ୍ନମାନର କାମ କରାଯାଉଥିବାରୁ ଏହାର ତଦନ୍ତ କରାଯାଉ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ ଉଠାଇଛନ୍ତି। ଜିଲ୍ଲାପାଳ ଏହି ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଭଦ୍ରକାଳୀ ପୀଠର ଜନସାଧାରଣ ଓ ଭକ୍ତମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe