ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ୱାର୍ଡ ନମ୍ବର ୩ ବାସୀ

ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ୱାର୍ଡ ନମ୍ବର ୩ ବାସୀ

Sambad

ମାଲକାନଗିରି: ମାଲକାନଗିରି ପୌରନିର୍ବାଚନ ଆରମ୍ଭ ହେବା ପୂର୍ବରୁ ହିଁ ବିଭିନ୍ନ ୱାର୍ଡବାସୀ ନିଜ ନିଜର ଦାବି ଉପସ୍ଥାପନା ଆରମ୍ଭ କରି ଦେଲେଣି। ପ୍ରଥମ କରି ୩ ନମ୍ବର ୱାର୍ଡବାସୀ ଘରଡିହ ପଟ୍ଟା ନମିଳିଲେ ଓ୍ବାର୍ଡ଼ କାଉସେଲର ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ନାହିଁ କି ଭୋଟ ଦେବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ। ଗତ ୫ ଦିନ ଧରି ଲଗାତାର ଆନ୍ଦୋଳନ କରି ଆସୁଥିଲେ। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶ ପାଇଥିଲା। ଯାହାଫଳରେ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ ୩ ନମ୍ବର ୱାର୍ଡବାସୀଙ୍କ ସହ ବସି ଆଲୋଚନା କରିଥିଲେ। ଉପଜିଲ୍ଲାପାଳ ଦୀର୍ଘ ସମୟ ଧରି ୱାର୍ଡ଼ବାସୀଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କର ସମସ୍ତ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ। ବର୍ତ୍ତମାନ ପୌରନିର୍ବାଚନ ପାଇଁ ନୋଟିଫିକେସନ ହେବା ଏବଂ ଆଚରଣବୀଧି ଲାଗୁ କରାଯାଇଥିବାରୁ ଉପଜିଲ୍ଲାପାଳ ୱାର୍ଡ଼ବାସୀଙ୍କୁ କୌଣସି ଲିଖିତ ପ୍ରତିଶ୍ରୁତି ଦେଇନଥିଲେ ମଧ୍ୟ ଆସନ୍ତା ଏପ୍ରିଲ ମାସରେ ଯେଉଁମାନେ ଜବରଦଖଲ କରି ଜାଗା ରଖିଛନ୍ତି ସେମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି କହିଥିଲେ। ଯେଉଁମାନେ ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ କରି ରହିଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

publive-image Sambad

ୱାର୍ଡ଼ବାସୀ ଏବଂ କମିଟି ତଥା ଉପଜିଲ୍ଲାପାଳଙ୍କ ମଧ୍ୟରେ ହୋଇଥିବା ଦୀର୍ଘ ସମୟର ଆଲୋଚନାରେ ଶେଷରେ ୱାର୍ଡ଼ବାସୀ ଭୋଟ ଦେବା ନେଇ ରାଜି ହେବା ସହ କାଉନ୍‌ସିଲର ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି। ତେବେ ଆସନ୍ତା ଏପ୍ରିଲ ମାସରେ ଘରଡିହ ପଟ୍ଟା ଦେବା ନେଇ ପ୍ରକ୍ରିୟା ଆରମ୍ଭ ନ ହୁଏ ତେବେ ଆଗାମୀ ଦିନରେ ୱାର୍ଡ଼ବାସୀ ରାଜରାସ୍ତାକୁ ଓହ୍ଲାଇାବ ସହ ଆମରଣ ଅନଶନ କରାଯିବ ବୋଲି ଧମକ ମଧ୍ୟ ଦେଇଛନ୍ତି। ତେବେ ଅନ୍ୟଦିଗରେ ୱାର୍ଡ଼ ନମ୍ବର ୧୭, ୧୮ ବାସୀ ମଧ୍ୟ ଘରଡିହ ପଟ୍ଟା ପ୍ରଦାନ ନେଇ ଦାବି କରି ଆସୁଛନ୍ତି। ସେମାନଙ୍କୁ ମଧ୍ୟ ଏକାସଙ୍ଗରେ ତଦନ୍ତ କରାଯାଇ ପଟ୍ଟା ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe