ଉଠା ଜଳସେଚନ ପଏଣ୍ଟ୍‌ରେ ଉଠୁନି ପାଣି

Advertisment

ଚାଷୀଙ୍କୁ ସମସ୍ୟା‌ ଜଳାଭାବ, ୧୦୨ ପ୍ରକଳ୍ପ ଅଚଳ

ଚାଷୀଙ୍କୁ ସମସ୍ୟା‌ ଜଳାଭାବ, ୧୦୨ ପ୍ରକଳ୍ପ ଅଚଳ

ଉଠା ଜଳସେଚନ ପଏଣ୍ଟ୍‌ରେ ଉଠୁନି ପାଣି

Sambad

ଆଳି: ଖରିଫ ଧାନ ଚାଷକୁ ଭରଷା କରିଥିବା ଚାଷୀକୂଳ ଉପରେ ଦାଉ ସାଧିଛି ଅନିୟମିତ ସ୍ବଳ୍ପ ବର୍ଷା। ବର୍ଷାଭାବ ସାଙ୍ଗକୁ ଅଚଳ ଉଠାଜଳସେଚନ ପ୍ରକଳ୍ପ ଚାଷରେ ବାଧକ ସାଜିଛି। ଜମିକୁ ଜଳାଭାବ ଚାଷୀକୂଳ ଉପରେ ବେଡି ଉପରେ କୋରଡା ମାଡ କରିଛି। ଏମିତି ସଙ୍କଟମୟ ସମୟରେ ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ। କୃଷିବିଭାଗ ସୂଚନା ଅନୁଯାୟୀ, ବ୍ଲକର ୩୮୭ ପାଣି ପଞ୍ଚାୟତ ପ୍ରକଳ୍ପ ମଧ୍ୟରୁ ୧୦୨ ପ୍ରକଳ୍ପ ଅଚଳ ହୋଇ ପଡିରହିଛି। ଅବଶିଷ୍ଟ ୨୮୭ ପ୍ରକଳ୍ପ ସଚଳ ଥିବା ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ବାସ୍ତବରେ କାଁଭାଁ ୧୦/୧୫ ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି। ଅନେକ ପ୍ରକଳ୍ପକୁ ବିଦ୍ୟୁତ ସରବରାହ ବନ୍ଦ ଓ ବହୁ ପୁରୁଣା ପ୍ରକଳ୍ପର ପାଇପ ଲାଇନ ଭାଙ୍ଗିରୁଜି ବିପର୍ଯ୍ୟସ୍ତ ହୋଇ ପଡି ରହିଥିବା କାରଣରୁ ପ୍ରକଳ୍ପ ଚାଲୁ ହୋଇ ପାରି ନ ଥିବା ବ୍ଲକର ସଂଖ୍ୟାଧିକ ଚାଷୀ ଅଭିଯୋଗ ଉଠାଇଛନ୍ତି। ଉଲ୍ଲେଖ ଥାଉ କି, ଅଧୀନ ୩୪ ପଞ୍ଚାୟତରେ ସମୁଦାୟ ୯ ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ କରାଯାଉଛି।

ବ୍ଲକର ୩ ହଜାର ହେକ୍ଟର ଖାଲୁଆ କିସମର ଚାଷଜମିକୁ ଛାଡି ଦେଲେ ସବୁ ଜମି ଏବେ ପାଣି ଅଭାବରୁ ଶୁଖିଲା ପଡିଛି। ଆଷାଢ଼ ମାସରେ ଧାରାବର୍ଷା ବଦଳରେ ବର୍ଷାର ଦେଖା ନାହିଁ। ଆକାଶରେ କଳାହାଣ୍ଡିଆ ବର୍ଷା ଘୋଟି ଆସୁଛି। ଦି’ ଟୋପା ବର୍ଷି ଦେଇ ପୁଣି ବର୍ଷା ଉଭାନ ହୋଇଯାଉଛି। ତଳି ପକାଇ କ୍ଷେତ ପ୍ରସ୍ତୁତ କରିଥିବା ଚାଷୀମାନେ ଆକାଶକୁ ଚାହିଁଚାହିଁ ଆଖିରୁ ପାଣି ମଲାଣି। ବର୍ଷା ଅଭାବରୁ ତଳିଧାନ ପାକଳ ହେଉଥିବା ବେଳେ ସେପଟେ ହଳ, ବେଉଷଣ ହୋଇ ରହିଥିବା ବିଲ ଶୁଖି ଫାଟିବାକୁ ବସିଲାଣି। ଧାନ ରୁଆ କରିବା ପାଇଁ ଜମିରେ ପାଣି ଅଭାବ ଚାଷୀ ପାଇଁ ବାଧକ ସାଜିଛି। ବୁଣାଧାନ କିଆରୀରେ ପାଣି ନଥିବାରୁ ଧାନଗଛ ବଢିବା, ପିଲ ଦେବା ବଦଳରେ ହଳଦିଆ ପଡି ମରିବାକୁ ବସିଲାଣି। ପାକଳ ହେଇଯାଉଥିବା ତଳି, ଫଟାବିଲ ଓ ବୁଣାଧାନର ଦୂରବସ୍ଥାକୁ ଦେଖି ଚାଷୀର ହଲିକା ଶୁଖିଲାଣି। ଅପରପକ୍ଷରେ ଏ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ଚାଷୀ ଉଠାଜଳସେଚନ ବ୍ୟବସ୍ଥାର ସୁଫଳ ପାଇପାରୁନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe