ଅଚଳ ପଡ଼ିଛି ସୋଲାର୍‌ ପାନୀୟ ପ୍ରକଳ୍ପ

Advertisment
ଅଚଳ ପଡ଼ିଛି ସୋଲାର୍‌ ପାନୀୟ ପ୍ରକଳ୍ପ

Sambad

ଆଳି: ଗ୍ରାମାଞ୍ଚଳ ଲୋକଙ୍କୁ ସ୍ବଚ୍ଛ ପିଇବା ପାଣି ଯୋଗାଇବା ପାଇଁ ନିର୍ମିତ ହୋଇଥିବା ଏକାଧିକ ସୋଲାର ପାନୀୟ ଜଳ ପ୍ରକଳ୍ପ ବର୍ଷବର୍ଷ ଧରି ଅଚଳ ହୋଇପଡିଛି। ଫଳରେ ସଂପୃକ୍ତ ପ୍ରକଳ୍ପ ଅଧୀନ ଗ୍ରାମବାସୀ ପିଇବା ପାଣି ପାଇଁ ହିନସ୍ତା ହେଉଛନ୍ତି। ଗ୍ରାମାଞ୍ଚଳରେ ବିଦ୍ୟୁତ ସମସ୍ୟା ସବୁବେଳେ ଲାଗି ରହୁଛି। ବିନା ବିଦ୍ୟୁତରେ ସୋଲାର ଚାଳିତ ପମ୍ପ ସହାୟତାରେ ଲୋକଙ୍କୁ ଅବିରତ ପିଇବା ପାଣି ଯୋଗାଣ ଲକ୍ଷ୍ୟରେ ୨୦୧୯/୨୦ ମସିହାରେ ଆଳି ବ୍ଲକର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ୩ଟି ସୋଲାର ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲା। ଚଣ୍ଡିଆଗଡି ପଞ୍ଚାୟତର ମାଳପାଟଣା ଓ ଚଣ୍ଡିଆଗଡି, ପତ୍ରପୁର ପଞ୍ଚାୟତର ଆଳସଳପୁର ଗ୍ରାମରେ କାର୍ଯ୍ୟକ୍ଷମ ହୋଇଥିବା ଏହି ପ୍ରକଳ୍ପ ମାତ୍ର କିଛି ମାସ ଜଳ ଯୋଗାଣ କରି ଅଚଳ ଅବସ୍ଥାରେ ପଡି ରହିଛି। ଏହି ୩ଟି ପ୍ରକଳ୍ପର ମଧ୍ୟରୁ କେଉଁଠି ପ୍ରକଳ୍ପର ସୋଲାର ବୋର୍ଡ ଭାଙ୍ଗି ବିପର୍ଯ୍ୟସ୍ତ ହୋଇ ପଡିଛି ତ’ ଆଉ କେଉଁଠି ପମ୍ପ ଅଚଳ। କେଉଁଠି ପୁଣି ପାଇପ୍‌ ଲାଇନ ଭାଙ୍ଗିରୁଜି ବିପର୍ଯ୍ୟସ୍ତ ହୋଇପଡିଛି।

ଏ ସମ୍ପର୍କରେ ଗ୍ରାମବାସୀ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଚଣ୍ଡିଆଗଡି, ମାଳପାଟଣା ଓ ଆଳସରପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରକଳ୍ପ ମରାମତି ନ ହେବା ଫଳରେ ଲୋକେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପିଇବା ପାଣି ପାଇଁ ହିନସ୍ତା ହେଉଛନ୍ତି। ତେବେ ଏ ସଂପର୍କରେ ସ୍ଥାନୀୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଅଶୋକ ସାହୁଙ୍କୁ ପଚାରିବାରୁ ସେ କହିଲେ ଯେ, ଚଳିତ ଗ୍ରୀଷ୍ମ ଋତୁ ମଧ୍ୟରେ ଏହି ସବୁ ପ୍ରକଳ୍ପ ମରାମତି ପାଇଁ ପଦକ୍ଷେପ ନିଆଯାଉଛି। ଦେଖିବାକୁ ବାକି ରହିଲା କେବେ ହେଉଛି ପ୍ରକଳ୍ପ ମରାମତି କେବେ ଦୂର ହେଉଛି ପାନୀୟଜଳ ସମସ୍ୟା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe