ପାନୀୟ ଜଳକଷ୍ଟରେ ଲକ୍ଷାଧିକ ଲୋକ: ପ୍ରକଳ୍ପ ଖତ ଖାଉଛି, ଉତ୍ତରଦାୟୀ କିଏ?

ଥାନା ହାଜତରେ ୩ ଦିନ ନାବାଳକ: ତଦନ୍ତ କରିଵେ ଅତିରିକ୍ତ ଏସ୍ ପି ପାହ୍ୟାର ଅଧିକାରୀ

Sambad

କୁଜଙ୍ଗ: ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କୁଜଙ୍ଗ ବ୍ଳକର ବିଭିନ୍ନ ପଞ୍ଚାୟତରେ କୋଟିକୋଟି ଟଙ୍କା ଖର୍ଚ୍ଚରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି। କେତେକ ଏବେବି ଅର୍ଦ୍ଧନିର୍ମିତ ହୋଇ ରହିଛି। ତେବେ କେଉଁଠି ପ୍ରକଳ୍ପର ନିର୍ମାଣ କାମ ଶେଷ ହୋଇଛି, ତାହା କାର୍ଯ୍ୟକ୍ଷମ ହୋଇନାହିଁ। କୁଜଙ୍ଗ ବ୍ଲକ୍‌ର ଲକ୍ଷାଧିକ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ। ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇ ଯାଇଥିବା ବେଳେ ପାନୀୟ ଜଳ ସଂକଟରେ ଲୋ‌କମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଡ଼ମ୍ବନା ହେଲା ପାନୀୟ ଜଳଯୋଗାଣ ବିଭାଗ ପରିଚାଳନାରେ ଏଭଳି ତ୍ରୁଟି ପାଇଁ ପଦସ୍ଥ ଅଧିକାରୀ ସମୀକ୍ଷା କରୁନାହାନ୍ତି କି କାହାକୁ ଏଥିପାଇଁ ଉତ୍ତରଦାୟୀ କରୁନାହାନ୍ତି। ତେବେ ପ୍ରଶାସନର ଢିଲାପଣ ଯୋଗୁଁ ସାଧାରଣରେ ଅସନ୍ତୋଷ ତୀବ୍ର ହେଉଛି। ଅନ୍ୟ ପକ୍ଷରେ ଏବେ ଟ୍ୟାଙ୍କର ଯୋଗେ କେତେକ ପଂଚାୟତକୁ ପାନୀୟ ଜଳଯୋଗାଣ କରାଯାଇ ଚାହିଦା ପୂରଣ କରାଯାଉଛି। ପାଣି ପ୍ରକଳ୍ପସବୁ ଅଚଳ ବେଳେ ପ୍ରତିବର୍ଷ ଏବାବଦ ବଜେଟ୍‌ ବଢ଼ି ଚାଲିଛି। କୋଠ ପଞ୍ଚାୟତର କୋଠୀ ଗ୍ରାମ ପାଇଁ ଏକ ପ୍ରକଳ୍ପରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ବିଡ଼ମ୍ବନା ହେଲା ୧୦ ବର୍ଷରୁ ଅଧିକ ସମୟଧରି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସିଜୁଠାରେ ବୋରିଙ୍ଗ୍‌ ଅଛି ସେଠାରୁ ଭୂତଳ ପାଇପ୍‌ ଯୋଗେ ପାଣି ଟେଲ୍‌ ଏଣ୍ଡ୍‌ ପର୍ଯ୍ୟନ୍ତ ଆସି ପାରୁନାହଁ। ବାଟରେ ପାଇପ୍‌ କାଟି ଲୋକମାନେ ପାଣି ନେଇ ଯାଉଥିବାରୁ ଏହି ସମସ୍ୟା ଦେଖା ଦେଉଥିବା ସେ ପ୍ରକାଶ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ସମସ୍ୟା ସମାଧାନ କରିବା ଦାୟିତ୍ୱ କାହାର ?

ଯେଉଁମାନଙ୍କର ଅବହେଳା ପାଇଁ ଲୋକମାନେ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହୋଇ ଆସୁଛନ୍ତି ସେମାନେ ହାତ ଝାଡ଼ି ଦେଇ ନିର୍ବିଘ୍ନରେ ବସିଛନ୍ତି। ବିଶ୍ୱାଳୀ ପଞ୍ଚାୟତର ବିଶ୍ୱାଳୀ ଗ୍ରାମରେ ମଧ୍ୟ ସମାନ ଅବସ୍ଥା। ସେଠାରେ ଗତ ୧୦ ବର୍ଷ ଧରି ପ୍ରକଳ୍ପ କାର୍ଯ୍ୟ ଚାଲିଛି। ମାତ୍ର ଲୋକମାନେ ଏହାର ସୁଫଳ ପାଇ ପାରୁନାହାନ୍ତି। ଏବେ ଏହି ପ୍ରକଳ୍ପର ପରୀକ୍ଷା କରାଯାଇଥିଲେ ମଧ୍ୟ ଏହା କେବେ କାର୍ଯ୍ୟକ୍ଷମ ହେବ ତାହା ସ୍ପଷ୍ଟ ହୋଇ ପାରୁନାହଁ।
ଭୂତମୁଣ୍ଡାଇ ପଞ୍ଚାୟତରେ ମଧ୍ୟ ସେହି ଏକା ଅବସ୍ଥା। ଏଠାରେ ପ୍ରକଳ୍ପ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ପାଣି ପିଇବା ଉପଯୋଗୀ ହୋଇପାରୁନାହିଁ। ୬ ବର୍ଷରୁ ଅଧିକ କାଳ ହେବ ବାଗୋଇ ଗ୍ରାମରେ ପ୍ରକଳ୍ପ କାର୍ଯ୍ୟ କରାଯାଇ ଏବେ ସମ୍ପୂର୍ଣ୍ଣ କରାଯାଇଛି। ମାତ୍ର ସେଥିରୁ ଲୌହଯୁକ୍ତ ପାଣି ବାହାରୁ ଥିବାରୁ ତାହା ପିଇବା ପାଇଁ ବ୍ୟବହାର କରାଯାଇପାରୁନାହିଁ। ଅଗପାଳ ପଞ୍ଚାୟତରେ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ବ୍ୟୟରେ ନିର୍ମିତ ପ୍ରକଳ୍ପ ଅଧା ହୋଇ ପଡ଼ିଛି। ପଙ୍କପାଳରେ ମଧ୍ୟ ୧କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯାଇ ଏହା ଦୁଇବର୍ଷ ହେବ କାର୍ଯ୍ୟକ୍ଷମ ହୋଇଛି। ମାତ୍ର ଏହି ଜଳ ପାନୀୟ ଉପଯୋଗୀ ହେଉନଥିବାରୁ ଏଠାରେ ଅର୍ଥ ବ୍ୟୟ କେବଳ ଅପଚୟରେ ପରିଣତ ହୋଇଛି। ଅନ୍ୟ ପକ୍ଷରେ ଫତେପୁର, ଗୋପିଆକୁଦ, ଗଣ୍ଡକିପୁର ଆଦି ପଂଚାୟତରେ ମଧ୍ୟ ସେହି ସମାନ ଦୁରବସ୍ଥା। ଏବେ ଟ୍ୟାଙ୍କର ଯୋଗେ ଫତେପୁର, ଗୋପିଆକୁଦ, ଗଣ୍ଡକିପୁର, ବିଶ୍ୱାଳୀ, କୋଠୀ, ବଗଦିଆ, ଭୂତମୁଣ୍ଡାଇ, ଗରେଇ, ମଙ୍ଗରାଜପୁର ପଂଚାୟତରେ ଶୁଦ୍ଧପାନୀୟ ଜଳ ଯୋଗାଣ ହେଉଛି। ଯାହା ପର୍ଯ୍ୟପ୍ତ ନୁହଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe