ନୀଳଗିରି ପାଇଁ ଜଳସଂକଟ; ସବୁ ଜାଣି ନ ଜାଣିବା ଅଭିନୟରେ ପ୍ରଶାସନ

Advertisment
ନୀଳଗିରି ପାଇଁ ଜଳସଂକଟ; ସବୁ ଜାଣି ନ ଜାଣିବା ଅଭିନୟରେ ପ୍ରଶାସନ

Sambad

ଜୟପୁର: ଦିନକୁ ଦିନ ଜିଲ୍ଲାରେ ବ୍ୟାପକ ଭାବେ ନୀଳଗିରି ଗଛ ରୋପଣ ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ ୭ହଜାର ହେକ୍ଟର ଜମିରେ ଏବେ ନୀଳଗିରି ଲଗା ସରିଲାଣି। ଆଉ କିଛି ଡଙ୍ଗର ଜମିରେ ଏହି ଗଛ ଲଗାଇବା ପ୍ରକ୍ରିୟା ଜୋର ଧରିଛି। ଆନ୍ଧ୍ରର କିଛି କଂପାନି ସହ କିଛି କାଗଜକଳ, ଫ୍ଲାଇ କଂପାନିର ଦଲାଲମାନେ ଗାଁକୁ ଗାଁ ବୁଲି ଗଛ ଲଗାଇବାକୁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ଏହା ଫଳରେ ସଂପ୍ରତି ପାନୀୟ ଜଳ ସହ ପୋଖରୀ, ଗାଡିଆ, ନଦୀ‌, ନାଳ ଓକୁଅର ପାଣି ବି ଶୁଖିଶୁଖି ଯାଉଛି। ଜୟପୁର ବ୍ଲକର ଧନପୁର, ରଣ୍ଡାପାଲ୍ଲୀ, କୁମୁଲିପୁଟ, ଜୟନ୍ତଗିରି, କେବିଡ଼ି, ରାଣୀଗଡ଼, କଙ୍ଗା, ଜାମୁଣ୍ଡା ଆଦି ପଂଚାୟତର ବିଭିନ୍ନ ଗାଁରେ ଏବେ ଏହି ନୀଳଗିରି ବଣ ଦେଖିବାକୁ ମିଳୁଛି। ପରିବେଶବିତଙ୍କ ମତରେ ଗୋଟିଏ ନୀଳଗିରି ଗଛ ଦିନକୁ  ପ୍ରାୟ ୮୦ଲିଟର ପାଣି ଶୋଷି ‌ନିଏ।

ଏହା ଫଳରେ ଆଗାମୀ ଦିନରେ ଭୂତଳରେ ଗଚ୍ଛିତ ପାଣି ଶୋଷି ନେବାରେ ସକ୍ଷମ। ଏହା ଫଳରେ ଆଗାମୀ ପିଢ଼ିକୁ ଜଳାଭାବ ସମସ୍ୟା ଦେଖାଦେଇଥାଏ। ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗନାରେ ନିଷେଧ ଜାରି କରିଥିବାରୁ ସେଠାକାର ବ୍ୟବସାୟୀମାନେ ଏଠାରେ ନୀଳଗିରି ଗଛ ଲଗାଇବା ସହ କାଠକୁ ଆନ୍ଧ୍ର ଚଳାଣ କରୁଥିବା ଦେଖିବାକୁ ମିଳିଛି। ଏପରିକି ସେମାନେ ଚାରା, ରାସାୟନିକ ସାର ଏବଂ ଗଛ ବଢ଼ିବା ପର୍ଯ୍ୟନ୍ତ ଯତ୍ନ ନେବା ଦାୟିତ୍ବ ବି ନେଉଛନ୍ତି। ଗଛ କାଟିବା ସମୟରେ ସ୍ବଳ୍ପ କିଛି ଟଙ୍କା ଦେଇ ବଳକା ଲାଭାଂଶ ସେ‌ମାନେ ନେଇ ଯାଉଛନ୍ତି। ଏପରିକି ସୁପ୍ରିମକୋର୍ଟ ବି ନୀଳଗିରି ଚାଷକୁ ବ୍ୟାନ୍ କରିଥିବା କହିଛନ୍ତି ଆଇନଜୀବୀ ତଥା ପରିବେଶବିତ୍ ରାଜେଶ ପାଣିଗ୍ରାହୀ। ଜିଲ୍ଲାପ୍ରଶାସନ ସବୁ ଜାଣି ସୁଦ୍ଧା ଏହି ଚାଷ କିଭଳି ବନ୍ଦ କରାଯାଇ ହେବ ସେ ଦିଗରେ ଧ୍ୟାନ ଦେଉନି। ସମୟ ଥାଉଣୁ ଯଦି ପଦକ୍ଷେପ ନିଆ ନଗଲେ ଜିଲ୍ଲାରେ ଜଳଶୁଷ୍କତା ଦେଖା ଦେବ। ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଆଶୁ ପଦକ୍ଷେପ ନେବାକୁ ପରିବେଶବିତ୍ ମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe