କେବେ ଦୂର ହେବ ବାଇଦାପୋଷିର ପାନୀୟ ଜଳ ସମସ୍ୟା?

Advertisment
କେବେ ଦୂର ହେବ ବାଇଦାପୋଷିର ପାନୀୟ ଜଳ ସମସ୍ୟା?

Sambad

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୨ ନମ୍ବର ୱାର୍ଡ଼ ବାଇଦାପୋଷି ଗ୍ରାମର ପୁରୁଣାସାହିକୁ ପିଇବା ପାଇଁ ପାନୀୟ ଜଳ ଠିକ୍ ସମୟରେ ପହଁଞ୍ଚି ପାରୁନାହିଁ। ଫଳରେ ଅନ୍ୟ ୱାର୍ଡ଼ର ବାସିନ୍ଦା ଯେମିତି ପାନୀୟ ଜଳ ପାଉଛନ୍ତି ସେମିତି ପାଇ ପାରୁ ନାହାଁନ୍ତି। ଠିକ୍ ଭାବରେ ପାଣି ପାଇବାରୁ ବଞ୍ଚିତ ହେଉଥିବା ଯୋଗୁଁ ୱାର୍ଡ଼ ବାସିନ୍ଦା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପଟେ ସରକାର ସମସ୍ତ ଘରେ ଜଳ ଯୋଗାଇବାର ନାରା ଦେଉଥିବା ବେଳେ ଏଠାରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଏନେଇ କିଛି ମାସ ପୂର୍ବରୁ ପାନୀୟ ଜଳ ଯୋଗାଣ ଦାବିରେ ଏଠାକାର ସାହି ବାସିନ୍ଦା ମାନେ ଗୋରା ମାଠିଆ ଧରି ରାଞ୍ଚି ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ଧାରଣାରେ ବସିଥିଲେ। ପରବର୍ତୀ ସମୟରେ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ଖୁବଶୀଘ୍ର ଜଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ମହିଳା ମାନେ ଧାରଣାରୁ ହଟିଥିଲେ।

publive-image Sambad

ସେହିଦିନ ଠାରୁ ୱାର୍ଡ଼ ବାସିନ୍ଦାଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ତେବେ କିଛିମାସ ପରେ ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଣ ବନ୍ଦ କରି ଭିନ୍ନ ଭିନ୍ନ ସ୍ଥାନରେ ଛୋଟ ଛୋଟ ୪ ଗୋଟି ସିନଟେକ୍ସ ପାଣି ଟାଙ୍କି ବସାଇଥିଲେ। ଉକ୍ତ ପାଣି ଟାଙ୍କିରେ ସ୍ୱଳ୍ପ ପରିମାଣର ପାଣି ରହୁଥିବାରୁ ୪ ହଜାରରୁ ଉର୍ଦ୍ଧ୍ଦ ୱାର୍ଡ଼ ବାସିନ୍ଦାଙ୍କୁ ସଠିକ୍ ପରିମାଣର ପାଣି ପାଉନାହାଁନ୍ତି। ତେବେ ପୁଣିଥରେ ୱାର୍ଡ଼ ବାସିନ୍ଦାଙ୍କୁ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଉ ବୋଲି ୱାର୍ଡ଼ ବାସିନ୍ଦା ଦାବି କରୁଛନ୍ତି। ତେବେ ୱାର୍ଡ଼ ବାସିନ୍ଦା ଅଭିଯୋଗ କରୁଛନ୍ତି ଯେ ପିଇବାକୁ ପାଣି ମିଳୁନଥିବା ବେଳେ ପୌରପରିଷଦର ଟ୍ୟାଙ୍କର ଜଳ ମିଶନ ଶକ୍ତିଗ୍ନୂତନ ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଛି। ଉକ୍ତ ୱାର୍ଡ଼ରେ ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଘର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe