ପ୍ରବଳ ବର୍ଷା: କାନ୍ଥ ପଡ଼ି ଜଣେ ଆହତ, ବାଇକ ସହ ଭାସିଗଲେ ଜଣେ, ମେର୍ମେନ୍ଦା ପୋଲ ଉପରେ ୫ ଫୁଟ ପାଣି

Advertisment
ପ୍ରବଳ ବର୍ଷା: କାନ୍ଥ ପଡ଼ି ଜଣେ ଆହତ, ବାଇକ ସହ ଭାସିଗଲେ ଜଣେ, ମେର୍ମେନ୍ଦା ପୋଲ ଉପରେ ୫ ଫୁଟ ପାଣି

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଗତକାଲି ସଂଧ୍ୟାରେ ପ୍ରବଳ ବର୍ଷା ହେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ଷା ପାଣିର ପ୍ରବଳ ସ୍ରୋତରେ ଜଣେ ଯୁବକ ବାଇକ ସହ ଭାସି ଯାଇଥିବା ବେଳେ କାନ୍ଥ ଭୁଶୁଡ଼ି ଜଣେ ଆହତ ହୋଇଛନ୍ତି। ଅତି କମରେ ୧୫ରୁ ଅଧିକ ଘର ଭୁଶୁଡ଼ି ପଡ଼ିଛି। ଭାସି ଯାଇଥିବା ବ୍ୟକ୍ତି ଜଣଙ୍କ କୌଣସି ପ୍ରକାରେ ପହଁରି ପହଁରି ଜୀବନ ବଞ୍ଚାଇ ଦେଇଥିବା ବେଳେ ବାଇକଟି ଘଟଣାସ୍ଥଳରୁ କିଛି ଦୂରରେ ବାଲିରେ ପୋତି ହୋଇଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରଖର ସ୍ରୋତରେ ପୋଲ ଦବି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଚମ୍ପୁଆ ଅଞ୍ଚଳରେ ଗତକାଲି ସଂଧ୍ୟାରେ ପାଖାପାଖି ୯୮.୨ ମିମି ବର୍ଷା ରେକର୍ଡ କରାଯାଇଥିଲା। ହଠାତ ଏତେ ପରିମାଣର ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ପ୍ରବଳ ବର୍ଷା ଯୋଗୁଁ ବହୁ ଘରଦ୍ବାର ଭାଙ୍ଗି ଯାଇଛି। ବର୍ଷା ଯୋଗୁଁ ବାଙ୍କିଆ ଗ୍ରାମର ବିମଳା ମହାନ୍ତ, ବିଶ୍ଵନାଥ ମହାନ୍ତ, ଟିଆଁଶି ପଶି ଗ୍ରାମର ହରିହର ବେହେରା, କଂସରା ଗ୍ରାମର ହୃଦାନନ୍ଦ ମହାନ୍ତ, ପଟେଲ ମହାନ୍ତ ଏବଂ ଚିଳୁ ମୁଣ୍ଡାଙ୍କ ଘର ଭାଙ୍ଗିଯାଇଛି। ସେହିପରି କେମୁଣ୍ଡିଆ ଗ୍ରାମର ମହାନ୍ତ ନାଏକ, ରଣଜିତ୍ ନାଏକ, ବୈଶାଖୁ ନାଏକ, ରାମଚନ୍ଦ୍ର ନାଏକ, ସଙ୍ଖାଳି ନାଏକ, ନୁନା ନାଏକ, ଚିତ୍ରସେନ ନାଏକଙ୍କ ଘର ଭୁଶୁଡ଼ି ପଡ଼ିଛି।ମଙ୍ଗଳପୁର ଗ୍ରାମର ହୃଷି ମୁଣ୍ଡାଙ୍କ ଘର ଭାଙ୍ଗି ମାଟିରେ ମିଶିଯାଇଛି। ତାଙ୍କ ଉପରେ କାନ୍ଥ ପଡିଯିବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ସାହି ଲୋକ ଉଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭଣ୍ଡା ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି। ସେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗ୍ରାମର ପଦ୍ମିନୀ ମୁଣ୍ଡା, ଯୋସଦା ମୁଣ୍ଡା, ଶକୁନ୍ତଳା ମୁଣ୍ଡା ଏବଂ ଘନଶ୍ୟାମ ମୁଣ୍ଡା
ପ୍ରବଳ ବର୍ଷା ହେବା ଯୋଗୁଁ ମଙ୍ଗଳପୁର - ପଡୁଆ ଗାଁ ମଝିରେ ଥିବା ବାଗଡ଼ିଆ ନାଳ ପୋଲ ପୋଲ ଦେଇ ପଡ଼ୁଆ ଗ୍ରାମର ହଳଧର ମହାନ୍ତ ଓ ନକୁଳ ମହାନ୍ତ ଏକ ବାଇକ୍ ଯୋଗେ ଗାଁକୁ ଫେରୁଥିଲେ। ପୋଲ ପୂର୍ବରୁ ନକୁଳ ବାଇକରୁ ଓହ୍ଲାଇ ପଡ଼ିଥିବା ବେଳେ ହଳଧର ଏକାକୀ ବାଇକରେ ପୋଲ ପାର ହେଉଥିଲେ। ଏହି ସମୟରେ ହଠାତ ପାଣି ମାଡ଼ି ଆସିବାରୁ ସେ ବାଇକ ସହ ଭାସି ଯାଇଥିଲେ। ମାତ୍ର ସେ ପହଁରା ଜାଣି ଥିବାରୁ କୌଣସିମତେ ପହଁରି ପହଁରି କୂଳରେ ଲାଗିଥିବା ବେଳେ ବାଇକଟି ଭାସି ଯାଇଥିଲା। ଘଟଣାସ୍ଥଳରୁ କିଛି ଦୂରରେ ବାଇକଟି ବାଲିରେ ପୋତି ହୋଇଯାଇଥିବା ବେଳେ ଆଜି ପାଣି କମିବା ପରେ ବାଇକକୁ ଉଦ୍ଧାର କରାଯାଇଛି।

publive-image

ଭଣ୍ଡା-ଉଚବାଲି ଗାଁ ମଝିରେ ଥିବା ମେର୍ମେନ୍ଦା ନାଳ ଉପରେ ୫ ଫୁଟ ପାଣି ପ୍ରବାହିତ ହେବାରୁ ସନ୍ଧ୍ୟା ୭ ବେଳୁ ଉକ୍ତ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଅତ୍ୟଧିକ ପାଣି ଯୋଗୁଁ କଂସରା(ଖ) ଗ୍ରାମର ନାଳ କୂଳଟି ଧୋଇ ଯାଇଛି। ସେଠାରେ ଲଗାଯାଇଥିବା ଗଛ ନଷ୍ଟ ହୋଇଯାଇଥିବା ବେଳେ ସେଠାରେ ଥିବା ଶବଦାହ ଗୃହଟି ଭୁଶୁଡ଼ି ପଡ଼ିଛି।

ଏହି ନାଳରେ ଏକ ୧୨ ଫୁକାର ବିଶିଷ୍ଟ ପୋଲ ନିର୍ମାଣ କରାଯାଇଛି। ମାତ୍ର ଉଚ୍ଚବାଲିର ଜଣେ ବ୍ୟକ୍ତି ଏହି ଜୋରଜବରଦସ୍ତ ପୋଲର ୩ଟି ଫୁକାରକୁ ବନ୍ଦ କରିଦେବା କାରଣୁ ଜଳ ନିଷ୍କାସନରେ ବାଧା ଉପୁଜୁଛି। ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତି ଫୁକାର ବନ୍ଦ କରି ଉଭୟପାର୍ଶ୍ବରେ ପଥର ପକାଇ ଗଛ ଲଗାଇ ଦେଇଛନ୍ତି। ଫଳରେ ଉଚବାଲି ପଟେ ପାଣି ପ୍ରବାହିତ ନହୋଇ କଂସରା(ଖ) ଗ୍ରାମ ପଟେ ପ୍ରବାହିତ ହେବାରୁ ଶ୍ମଶାନଘାଟଟି କ୍ଷତିଗ୍ରସ୍ତ ହୋଇଛି। ପୂର୍ବ ବନ୍ୟାରେ ବହୁ ଅଂଶ ଧୋଇ ଯିବାରୁ ଗ୍ରାମବାସୀଙ୍କଠାରୁ ଅଭିଯୋଗ ପାଇ ପୂର୍ବତନ ତହସିଲଦାର ଆଲୋକ କୁମାର ପଟେଲ ଉକ୍ତ ସ୍ଥାନ ପରିଦର୍ଶନ କରି ନାଳ ଭିତରେ କରା ଯାଇଥିବା ଜମିକୁ ନାଳ ସହିତ ମିଶାଇ ବନ୍ଦ ଥିବା ଫୁକାରଗୁଡ଼ିକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏଯାଏ ତାହା ହୋଇପାରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଫୁକାରକୁ ଖୋଲାଯିବାକୁ ଗ୍ରାମାବସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe