ବୀରମହାରାଜପୁର: ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମପଞ୍ଚାୟତ ଉଫୁଲା ଠାରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି। ଦୀର୍ଘ ବର୍ଷ ହେଲା ଗ୍ରାବବାସୀ ଏକ କିଲୋମିଟର ଦୂରରୁ ପିଇବା ପାଣି ସଂଗ୍ରହ କରୁଛନ୍ତି। ପୁରୁଷମାନେ ସାଇକେଲ ଓ ମହିଳା ମାନେ ମୁଣ୍ଡରେ ବୋହି ପାଣି ଆଣୁଥିବା ବେଳେ କିଛି ବର୍ଷ ହେଲା ରାଣାପାଲି ବୋରୱେଲ ପଏଣ୍ଟରୁ ପାଇପ ଯୋଗେ ପାଣି ପାଉଛନ୍ତି। ଖରା ଦିନ ସାଙ୍ଗକୁ ନିୟଣ୍ଟିଆ ପାଣି ଯୋଗାଣ ବ୍ୟତିବ୍ୟସ୍ତ କରି ପକାଇଲାଣି।
ମଙ୍ଗଳବାର ଶତାଧିକ ମହିଳା ଦିନ ୧୧ଘଟିକା ସମୟରେ ବୀରମହାରାଜପୁର ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଦ୍ଧାଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ଆନ୍ଦୋଳନକାରୀ ମହିଳାଙ୍କ କହିବା ଅନୁସାରେ ଦିନକୁ ଦୁଇବେଳା ପିଇବା ପାଣି ଯୋଗାଣ ହେଉଥିଲେ ସୁଦ୍ଧା କେତେକ ବ୍ୟକ୍ତି ଇଲେକ୍ଟ୍ରି ମୋଟର ଲଗାଇ ପାଣି ଶୋଷି ନେଉଥିବାରୁ ସମସ୍ତେ ପାଣି ପାଉନାହାନ୍ତି। ଘରକୁ ସଂଯୋଗ ହୋଇଥିବା ପାଣି ମୋଟର ନଲଗାଇ ବାକୁ ସେମାନେ ବିଡ଼ିଓ ଙ୍କ ଠାରେ ଅଭିଯୋଗ କରିଥିଲେ। ତୁରନ୍ତ ଏହାର ସମାଧାନ ନହେଲେ ବୀରମହାରାଜପୁର ସୋନପୁର ରାସ୍ତା ଅବରୋଧ କରିବୁ ବୋଲି ଧମକ ଦେଇଛନ୍ତି।
ଏ ସଂକ୍ରାନ୍ତରେ ବୀରମହାରାଜପୁର ବିଡ଼ିଓ ପ୍ରିୟଦର୍ଶୀନୀ ମିର୍ଦ୍ଧାଙ୍କୁ ପଚାରିବାରୁ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ।
Follow Us