ପାଣି ମୁନ୍ଦିଏ ପାଇଁ ଡହଳବିକଳ ସାରା ଗାଁ

Advertisment
ପାଣି ମୁନ୍ଦିଏ ପାଇଁ ଡହଳବିକଳ ସାରା ଗାଁ

ଲେଫ୍ରିପଡ଼ା(ସୁନ୍ଦରଗଡ଼): ଆଦିବାସୀମାନଙ୍କ ଜୀବନଜିବୀକାରେ ଉନ୍ନତି ଆଣିବା ସହିତ ସେମାନଙ୍କୁ ସହଜ ଓ ସୁବିଧାରେ ସରକାରୀ ସେବା ସୁବିଧା ଯୋଗାଇ ଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି। ତେବେ ସ୍ବାଧୀନତାର ସାତ ଦଶନ୍ଧି ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ଲେଫ୍ରିପଡ଼ା ବ୍ଲକର ଉପାନ୍ତ ଦୁର୍ଗମ ଇଲାକାରେ ଏଭଳି ଅନେକ ଗାଁ ଗଣ୍ତା ରହିଯାଇଛି, ଯେଉଁଠି ବିକାଶ ସେଠିକାର ଅଧିବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଛି। ଏଭଳି ଏକ ଗାଆଁ ହେଉଛି ଲେଫ୍ରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଡ଼ୁମାବାହାଲ ପଂଚାୟତର ସିପୋକଚ୍ଛାର। ଏହା ଏକ ରାଜସ୍ବ ଗ୍ରାମ ହୋଇଥିବା ବେଳେ ସ୍ଥାନୀୟ ମୋଟ ଜନସଂଖ୍ୟା ହେଉଛି ୫୦୦ରୁ ଊର୍ଦ୍ଧ୍ବ। ତନ୍ମଧ୍ୟରୁ ଆଦିବାସୀଙ୍କ ସଂଖ୍ୟ ପ୍ରାୟ ୪୦୦ ପାଖାପାଖି ହୋଇଥିବା ବେଳେ ଏହା ଏକ ପାହାଡ଼ି ତଳି ଗାଆଁ। ଏହି ଗାଆଁ ସିଲିକାବାଲି ପାଇଁ ଏକଦା ବେଶ୍ ପ୍ରସିଦ୍ଧ ଥିଲା। ଅ‌ଳରୁ ଶହ ଶହ ସିଲିକା ବାଲି ଜିଲ୍ଲା ସ ବାହାର ଅ‌ଳକୁ ଚାଲାଣ ହୋଇତିଲେ ସୁଦ୍ଧା ଅଦ୍ୟାବଧି ଏହାର ସେଭଳି ବିକାଶ ହୋଇ ପାରିନି। ଏହାର ଜଙ୍ଗଲ ଇଳାକାରେ ବହୁ ପରିମାଣର କୋଇଲା ମହଜୁଦ ରହିଥିବା ଜଣାଯାଏ।

ତେବେ ସ୍ଥାନୀୟ ଲୋକଙ୍କ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। କାରଣ ଭୂ–ଜଳରେ ସିଲିକା ଓ କୋଇଲା ଜନିତ ସମସ୍ୟା ଯୋଗୁଁ ବିଶୁଦ୍ଧ ପାଣି ମୁନ୍ଦିଏ ପାଇର୍ ଦୀର୍ଘଦିନ ହେବ ଗ୍ରାମବାସୀମାନେ ଏକ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ପ୍ରଶାସନ ଦୃଷ୍ଟି ଦେଉ ନାହିଁ। ଗ୍ରାମରେ ଥିବା ନଳକୁଅ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ସୋଲାର ପାଣି ପ୍ରକଳ୍ପ ମଧ୍ୟ ସଂପୂର୍ଣ୍ଣ ଅଚଳ ପଡ଼ିଛି। ତେବେ କେତେକ ସ୍ଥାନୀୟ ନାଳରୁ ଚୁଆ କରି ପାଣି ଆଣୁଥିବା ବେଳେ ଅନେକେ ନଳକୁଅରୁ ନିଷ୍କାସିତ ଗୋଳିଆ ପାଣିକୁ ଫୁଟାଇ ପିଉଛନ୍ତି। ଏଭଳି ସର୍ବ ନିମ୍ନ ସମସ୍ୟା ଉପରେ ଗ୍ରାମବାସୀ ଲେଫ୍ରିପଡ଼ା ବିଡ଼ିଓଙ୍କୁ ଲିଖିତ ଜଣାଇଥିଲେ ସୁଦ୍ଧା କୌଣସି ପ୍ରତିକାର କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟ‌ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe