ପାନୀୟ ଜଳ ସଂକଟ: କୋକସରାରେ ମାଠିଆ, ବାଲ୍‌ଟି ଧରି ଏନ୍‌ଏଚ୍‌ ଅବରୋଧ କଲେ ମହିଳା

Advertisment
ପାନୀୟ ଜଳ ସଂକଟ: କୋକସରାରେ ମାଠିଆ, ବାଲ୍‌ଟି ଧରି ଏନ୍‌ଏଚ୍‌ ଅବରୋଧ କଲେ ମହିଳା

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ସଦର ବ୍ଲକ ବଡ଼ପଡ଼ାରେ ପାନୀୟ ଜଳ ସମସ୍ୟା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ବୁଧବାର ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇ ପ୍ରାୟ ଦେଢ଼ ଘଣ୍ଟା ଧରି ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ। ପରେ ପ୍ରଶାସନିକ ଅଧିକାରୀ ପହଞ୍ଚି ୨୪ ଘଣ୍ଟା ମଧ୍ୟରେ ଜଳ ଯୋଗାଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରାତ୍ୟାହୃତ ହୋଇଛି।

ପ୍ରକାଶ ଯେ, କୋକସରା ଗ୍ରାମରେ ଦୀର୍ଘ ୭ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ପାଣି ଟିକକ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବ୍ଲକ ପ୍ରଶାସନ ତଥା ସରପଞ୍ଚଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ବୁଧବାର ସକାଳେ ମହିଳାମାନେ ଅସନ୍ତୋଷ ପ୍ରକାଶ କରି ଗରା, ମାଠିଆ, ବାଲ୍‌ଟି ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ଘଟଣାସ୍ଥଳରେ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ତଥା କୋକସରା ପୁଲିସ୍ ଅଧିକାରୀ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ମହିଳାମାନେ କିଛି ଶୁଣିନଥିଲେ। ବିଡିଓ ଉତ୍ତମ ବାଗ ପହଞ୍ଚି ମହିଳାଙ୍କ ସହ ଆଲୋଚନା କରିବା ସହ ୨୪ ଘଣ୍ଟା ମଧ୍ୟରେ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ରାସ୍ତାରୁ ହଟିଥିଲେ। ରାସ୍ତା ଅବରୋଧ ଯୋଗୁଁ ଦେଢ଼ ଘଣ୍ଟା ଧରି ଭବାନୀପାଟଣା-ଜୟପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe