‘ସମନ୍ୱିତ’କୁ ନାହିଁ ପାନୀୟ ଜଳ ବ୍ୟବସ୍ଥା; ପାଣି ପାଇଁ ସବୁ ଗୋଳମାଳ

‘ସମନ୍ୱିତ’କୁ ନାହିଁ ପାନୀୟ ଜଳ ବ୍ୟବସ୍ଥା; ପାଣି ପାଇଁ ସବୁ ଗୋଳମାଳ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅନ୍ତର୍ଗତ ୪ ନମ୍ୱର୍ ୱାର୍ଡରେ ଥିବା ସମନ୍ୱିତ ଯାହାକି ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ସ୍ବେଛାସେବୀ ସଂସ୍ଥା। ଏହାର ଅଧ୍ୟକ୍ଷ କନ୍ଧମାଳ ଜିଲ୍ଲାପାଳ ନିଜେ। ଏହି ଅନୁଷ୍ଠାନରେ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେଉଥିବା ବେଳେ ଏଠାରେ ହଷ୍ଟେଲ ସୁବିଧା ସହ ରହିବା ଓ ଖାଇବା ପାଇଁ ସୁବିଧା ରହିଛି। କିନ୍ତୁ ଏଠାରେ ଜଳ କଷ୍ଟ କହିଲେ ନସରେ। ପାଣି ପାଇଁ ସବୁ ଗୋଳମାଳ ହେଇଯାଉଛି।

ଏହି ଅନୁଷ୍ଠାନର ଜଳ ସମସ୍ୟା ଦୂର ପାଇଁ ପୂର୍ବତନ ଜିଲ୍ଲାପାଳ ଦୃନ୍ଦା ଡି’ଙ୍କ ସମୟରେ ସ୍ଵତନ୍ତ୍ର ବ୍ୟବସ୍ଥା କରି ଶିବ ମନ୍ଦିର ଠାରୁ ଗୋଟିଏ ପାଇପଲାଇନ୍ ସିଧା ସମନ୍ୱିତ ପର୍ଯ୍ୟନ୍ତ ଦିଆଯାଇଥିଲା। କିଛି ଦିନ ପାଇଁ ଏଠାକୁ ଭଲରେ ପାଣି ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଲୋକମାନେ ଏହି ପାଣି ପାଇପ ସୁବିଧା ଦେଖି ପାଣି ଚୋରି କଲେ। କେହି କେହି ନିୟମ ଅନୁସାରେ ପାଇପ କାଟି ସଂଯୋଗ ନେଲେ। ସେହି ପରିସ୍ଥିତିରେ ଆଉ ଦୁଇଟି ସ୍ଥାନକୁ ମଧ୍ୟ ପାଣି ସଂଯୋଗ କରାଗଲା। ସୁଭଦ୍ରା ମହତାବ ସେବା ସଦନ ଓ ଅନ୍ୱେଷା ହଷ୍ଟେଲକୁ। କିନ୍ତୁ ସେହି ସମୟ ଠାରୁ ଆଉ ସମନ୍ୱିତ ପର୍ଯ୍ୟନ୍ତ ଆଉ ପାଣି ପହଞ୍ଚି ପାରିଲା ନାହିଁ। ବୁନ୍ଦାଏ ପାଣି ମଧ୍ୟ ଆଉ ସମନ୍ୱିତ ପର୍ଯ୍ୟନ୍ତ ଯାଉନାହିଁ।

publive-image

ଦୁଃଖର ବିଷୟ ଯେ ଯାହା ଉଦ୍ଦେଶ୍ୟରେ ପାଣି ପାଇପ ସଂଯୋଗ କରାଯାଇଛି ତାହା ଆଉ ସଫଳ ହେଲା ନାହି। ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ଫଳ ଶୂନ କିମ୍ବା କର୍ମଚାରୀମାନଙ୍କୁ ଅଭିଯୋଗ କଲେ ମଧ୍ୟ ସମାଧାନ ହେଉ ନାହିଁ। ବର୍ତ୍ତମାନ ସମୟରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହେଉଥିବା ବେଳେ ପାଣି ନିମନ୍ତେ ବହୁତ୍ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି। ତେଣୁ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe