ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଟାଳଗୁଡାବାସୀ

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଟାଳଗୁଡାବାସୀ

ମାଥିଲି : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କୁଟନିପାଲୀ ପଞ୍ଚାୟତର ଅଟାଳଗୁଡା ଗ୍ରାମରେ ଏବେ ପାନୀୟ ଜଳର ଉତ୍କଟ ସମସ୍ୟା। ଗ୍ରାମରେ ବାସ କରୁଥିବା ୬୦୦ ଲୋକଙ୍କ ପାଇଁ ରହିଛି ତିନୋଟି ନଳକୂପ।କିନ୍ତୁ ଦୁଇଟି ଦୀର୍ଘ ଦିନ ହେଲା ଅଚଳ ହୋଇ ପଡି ରହିଥିବା ବେଳେ ଗୋଟିଏ ନଳକୂପରୁ ପାଣି ବାହାରୁଛି।କିନ୍ତୁ ଏହା ଦୁଇ ତିନି ଗୋରା ପାଣି ବାହାରିବା ପରେ ପୁଣି ବନ୍ଦ ହୋଇଯାଉଛି।ଗ୍ରାମବାସୀଙ୍କ ପାଇଁ ନିକଟରେ ଥିବା ଚୁଆ ପାଣି ହିଁ ଭରସା।ଯେଉଁ ଗୋଟିଏ ନଳକୂପରୁ ପାଣି ବାହାରୁଛି ତାହା ମଧ୍ୟ ଲୌହ ମିଶ୍ରିତ ପାଣି ବାହାରୁଛି।ଯାହାକୁ ପିଇବା ମାନେ ବିପଦକୁ ଆମନ୍ତ୍ରଣ କରିବା।ଲୋକେ ପାଣି ପାଇଁ ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ଗୁହାରି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗୋବିନ୍ଦପାଲୀ ଠାରୁ ମହୁପଦର ମୁଖ୍ୟ ରାସ୍ତା ଠାରୁ ମାତ୍ର ତିନି କିଲୋମିଟର ଦୁରରେ ରହିଛଇ ଅଟାଳଗୁଡା ଗ୍ରାମ।ଏହି ଗ୍ରାମରେ ଖାଲି ପାନୀୟ ଜଳ ସମସ୍ୟା ହିଁ ନାହିଁ ବରଂ ଗ୍ରାମକୁ ପକ୍କା ରାସ୍ତାଟିଏ ଆଜି ପର୍ୟ୍ୟନ୍ତ ନିର୍ମାଣ ହୋଇପାରିଲା ନାହିଁ।ସରକାରଙ୍କର ବହୁ ଯୋଜନା ଏଠାରେ ପହଞ୍ଚିପାରି ନାହିଁ।ସରକାରଙ୍କ କାମ ସବୁ କାଗଜ କଲମରେ ସୀମିତ ହୋଇ ରହିଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।ଦୁର୍ଗମ ଅଂଚଳର ଲୋକଙ୍କ ପାଇଁ ସରକାରୀ ଯୋଜନା ଯେପରି ତୁଚ୍ଛ ହୋଇଯାଇଛି।ଚୁଆର ପାଣି ପିଇବା ଦ୍ବାରା ଗ୍ରାମବାସୀ ବିଭିନ୍ନ ସମୟରେ ସଂକ୍ରାମକ ରୋଗରେ ପଡି ମୃତ୍ୟୁବରଣ କରୁଥିବା ମଧ୍ୟ କହିଥିଲେ।ତେଣୁ ତୁରନ୍ତ ଦୁଇଟି ନଳକୂପକୁ ସଜାଡିବା ସହ ନୂତନ ନଳକୂପ ଖନନ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe