ପାଣି ପାଇଁ ହାହାକାର, ଶୁକ୍ରାଗୁଡା ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ପାଣି ପାଇଁ ହାହାକାର, ଶୁକ୍ରାଗୁଡା ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ମାଲକାନଗିରି : ମାଲକାନଗିରିରେ ଗ୍ରୀଷ୍ମ ପ୍ରବାହ ଏବେ ଉତ୍କଟ ରୂପ ନେଲାଣି । ଗରମରେ ଲୋକେ ହନ୍ତସନ୍ତ ହେଲେଣି।ଜିଲ୍ଲାର ସମସ୍ତ ନଦୀନାଳ ଏକ ପ୍ରକାର ଶୁଖିଗଲାଣି ।ଏପରିକି ନଳକୂପରୁ ପାଣି ମଧ୍ୟ ବାହାରୁ ନାହିଁ ।

ମାଲକାନଗିରି ବ୍ଲକର ଚାଲାଣଗୁଡା ପଞ୍ଚାୟତର ଶୁକ୍ରାଗୁଡା ଗ୍ରାମରେ ଲୋକମାନେ ପାଣିପାଣି ଡହଳବିକଳ ହେଉଛନ୍ତି । ଏହି ଗ୍ରାମରେ ରହିଥିବା ଗୋଟିଏ ମାତ୍ର ନଳକୂପ ଏବେ ଖରାପ ହୋଇଥିବାରୁ ସେଥିରୁ ପାଣି ବାହାରୁ ନଥିବାରୁ ଲୋକେ ବାଧ୍ୟ ହୋଇ ନିକଟସ୍ଥ କେନାଲରୁ ପାଣି ସଂଗ୍ରହ କରି ବ୍ୟବହାର କରୁଥିବା କହିଥିଲେ। ତେବେ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଥିଲେ । କେହି ନଶୁଣିବା ପରେ ବାଧ୍ୟ ହୋଇ ଆଜି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ । ଆଗକୁ ଗ୍ରୀଷ୍ମର ପ୍ରକୋର ପ୍ରଚଣ୍ଡ ହେବାକୁ ଥିବା ବେଳେ ତୁରନ୍ତ ଶୁକ୍ରାଗୁଡା ଗ୍ରାମରେ ପାଣିର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe