କୋରାପୁଟ : ୨୦୦୮ ଓ ୨୦୧୨ରେ ଯେଉଁ ଜଳ ସଂଙ୍କଟ ସ୍ଥିତି ଦେଖାଦେଇଥିଲା ଏବେ ସେହି ସ୍ଥିତି ଦେଖାଦେଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ବର୍ଷାଦିନେ ଯେପରି ଭାବେ ବର୍ଷା କଥା ନ ହେବାରୁ କୋରାପୁଟ ଜିଲ୍ଲାରେ ବଡ ସମସ୍ୟା ଆଣି ଠିଆ କରିଛି । ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତରଭ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୋଲାବ ଜଳ ଭଣ୍ଡାର ଶୁଖିଲା ପଡିବା ନେଇ ବିଶଦ ଭାବେ ଆଲୋଚନା କରାଯାଇଛି। ଏବେ ଜଳଭଣ୍ଡାରରେ ୮୪୮.୫ ମିଟର ରହିଥିବାବେଳେ ଏହାକୁ ୮୪୫.୫ ମିଟର ମଧ୍ୟରେ ରଖିବାକୁ ସିସିଇ ଉପର କୋଲାବ, ଇଇ ଉପରକୋଲାବ ହେଡ୍ ୱାର୍କ ଡିଭିଜନ, ଓଏଚପିସି ବାରିଣିପୁଟ, ଏଇ ଡ୍ୟା୍ମ ସାଇଟ ଓ ଜିଲ୍ଲାପାଳଙ୍କ ଜରୁରୀକାଳୀନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଜଳଭଣ୍ଡାର ମଧ୍ୟକୁ ଉପନଦୀ ମାଧ୍ୟମରେ ୧୦.୭୭ କୁସିକ ଜଳ ପ୍ରବେଶ କରୁଥିବାବେଳେ ରବି ଚାଷ ଓ ବିଦ୍ୟୁତ ଉତ୍ପାଦନ ପାଇଁ ୪୬.୦୯ କୁସିକ ଜଳ ଛଡାଯାଉଛି। ଏନେଇ ଜିଲ୍ଲାପାଳ ପ୍ରତି ବିଭାଗକୁ ସପ୍ତାହେ ମଧ୍ୟରେ ରିପୋର୍ଟ ଦେବାକୁ କହିଥିବାବେଳେ ପ୍ରତି ୧୫ଦିନରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଜଳ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ମାସ ଶେଷ ଓ ମେ ମାସ ସୁଦ୍ଧା ଜଳସ୍ତରକୁ ୮୪୫.୫ ମିଟର ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନାଲକୋ ଟାଉନସିପ୍, ହାଲ ଟାଉନସିପ୍, ସୁନାବେଢା ଓ କୋରାପୁଟ ପୌରପାଳିକାକୁ ପାନୀୟ ଜଳ ଯୋଗାଣ ପାଇଁ ଉପମୁଣ୍ଡରେ ପଙ୍କୋଉଦ୍ଧାର କରାଯିବ। ଏହାସହ ଜୟପୁର ପୌରାଞ୍ଚଳକୁ ଜଳ ଯୋଗାଣ କରାଯିବାକୁ ସତିଗୁଡା ଡ୍ୟାମ୍କୁ ମଧ୍ୟ ପଙ୍କୋଉଦ୍ଧାର କରାଯିବ।
Follow Us