ବେଗୁନିଆ: ଆଜି ସକାଳେ ରାସ୍ତା କାମ ହେଉଥିବା ଏକ ସ୍ଥାନକୁ ପାଣି ଟ୍ୟାଙ୍କର ନେଇ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ଗ୍ରାମ ନିକଟରେ ଏକ ଟ୍ୟାଙ୍କର ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଟ୍ୟାଙ୍କର ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ଟ୍ୟାଙ୍କର ଚାଳକଙ୍କ ନାମ ହେଉଛି ସୁବାସ ବେହେରା(୨୨ ବର୍ଷ) ଓ ତାଙ୍କ ଘର ହେଉଛି ବେଗୁନିଆ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ। ଖବର ପଶି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବେଗୁନିଆ: ପାଣି ଟ୍ୟାଙ୍କର ଓଲଟି ଚାଳକ ମୃତ
Advertisment
Follow Us