ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରେ ପିଇବା ପାଣି କେଉଁଠି ମିଳୁନି ତ କେଉଁଠି ରାସ୍ତାରେ ଭାସି ନଷ୍ଟ ହେଉଥିବା ଦୃଶ୍ୟ ଦେଖୁବାକୁ ମିଳିଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସ୍ଥାନୀୟ ସହରରେ ଜଳସ୍ଥର କମିବା ରେ ଲାଗିଲାଣି। ସହରକୁ ପାନୀୟ ଜଳ ଯୋଗାଣ ହେଉଥିବା ସିର୍କୀ ଘାଇ ଡେମ ଶୁଖିବାରେ ଲାଗିଲାଣି। ସହରାଞ୍ଚଳ ଜଳଯୋଗାଣ ବିଭାଗ କଳେବଳେ କିଛି ବ୍ୟବସ୍ଥା କରି ସହରର କିଛି ୱାର୍ଡକୁ ଜଳ ଯୋଗାଣ କରୁଥିବା ବେଳେ ବିଭିନ୍ନ ୱାର୍ଡର କିଛି ସାହିକୁ ପାଣି ପହଁଚୁନଥିବା ବେଳେ ୱାର୍ଡ ନଂ୨ର ଶଙ୍ଖ ସାହି ମୁଖ୍ୟ ସଦକରେ ପାଇପ ଲାଇନ ଫାଟି ରାସ୍ତା ଉପରେ ଅନବରତ ପାଣି ବୋହିବାରେ ଲାଗିଛି। ଫଳରେ ଆଗକୁ ଥିବା ସାହି ମାନଙ୍କରେ ପାଣି ପହଞ୍ଚିବାରେ ସମସ୍ୟା ସୃଷ୍ଟି ହୋଇଛି। ତୁରନ୍ତ ଏହି ଫଟା ପାଇପ ଲାଇନ ମରାମତି କରିବାକୁ ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us