ସୁବର୍ଣ୍ଣପୁର: ବର୍ଷା ଯୋଗୁଁ ହାତବାନ୍ଧି ବସିଛନ୍ତି ବୁଣାକାର, ମଙ୍ଗାଗାତରେ ଲାଗିଛି ପମ୍ପ

Advertisment

ବୟନଶିଳ୍ପ ବିଭାଗ ତରଫରୁ କରାଯିବ ଅନୁଧ୍ୟାନ

ବୟନଶିଳ୍ପ ବିଭାଗ ତରଫରୁ କରାଯିବ ଅନୁଧ୍ୟାନ

ସୁବର୍ଣ୍ଣପୁର: ବର୍ଷା ଯୋଗୁଁ ହାତବାନ୍ଧି ବସିଛନ୍ତି ବୁଣାକାର, ମଙ୍ଗାଗାତରେ ଲାଗିଛି ପମ୍ପ

ବୀରମହାରାଜପୁର: ଲଘୁଚାପ ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏହି ଜିଲ୍ଲାର ବୀରମହାରାଜପୁର ଅଞ୍ଚଳରେ ହଜାର ହଜାର ବୁଣାକାର ବର୍ଷା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବୁଣାକାରମାନଙ୍କର ମଙ୍ଗାଗାତରେ ବର୍ଷା ପାଣି ପ୍ରବେଶ ପ୍ରବେଶ କରିଛି।

ବୁଣାକାରମାନଙ୍କ ମୁଖ୍ୟ ଜିବିକା ହେଲା ଲୁଗା ବୁଣିବା। କିନ୍ତୁ ଚାରି ଦିନ ହେଲା ଲଗଣା ବର୍ଷା ଯୋଗୁଁ ମଙ୍ଗାଗାତରେ ଆଣ୍ଠୁଏ ପାଣି। ଫଳରେ ଲୁଗା ବୁଣା ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି। ଦୁଇଦିନରେ ବୀରମହାରାଜପୁରରେ ୨୭୧ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହାଫଳରେ ପାଣି ସୁଖାଇବାପାଇ କୁଲର୍‌ ମଟର୍‌ ସାହାଯ୍ୟ ନିଆଯାଇଛି। ବର୍ଷା ଦ୍ଵାରା ମଙ୍ଗାଲେ ରାଗି ଥିବା ଶାଢ଼ୀ ଓ ପାଟଶାଢ଼ୀ ନଷ୍ଟ ହେବାକୁ ବସିଲାଣି।

ବର୍ଷା ଜନିତ କ୍ଷୟକ୍ଷତି ନେଇ ସୁବର୍ଣ୍ଣପୁର ଜିଲ୍ଲା ହସ୍ତତନ୍ତ ବୟନ ଶିଳ୍ପ ବିଭାଗ ଉପନିର୍ଦ୍ଦେଶକ ଜି.ଜି. ମୁର୍ମୁ କହିଛନ୍ତି, ମୁଁ ଏବିଷୟରେ ଆଗରୁ ଜାଣିନଥିଲି । ଆମ ବିଭାଗ ତରଫରୁ ଏହାର ଆକଳନ କରାଯିବ।

ଏଠାରେ ସୂଚାଇ ଦିଆଯାଇପାରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ତରଫରୁ ମଙ୍ଗାସାଳ କଂକ୍ରିଟ କରିବାର ବ୍ୟବସ୍ଥା ରହିଛି। ଏଣୁ ବିଭାଗ ତରଫରୁ ସଠିକ୍‌ ଆକଳନ କରି ବୁଣାକାରମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

publive-image

ପଣ୍ଡିଆପାଲି ମେହେର ପଡ଼ା ଗ୍ରାମର ପ୍ରାୟ ୪୦ ବୁଣାକାର ହାତବାନ୍ଧି ବସିଛନ୍ତି। ଏମାନଙ୍କ ଭିତରେ ଯୁଧିଷ୍ଠିର ମେହେର, ତପନ ମେହେର, ଲାକନାଥ ମେହେର, କୁଞ୍ଜବିହାରୀ ମେହେର, ଖଗେଶ୍ୱର ମେହେର, ଅଜିତ୍‌ ମେହେର, ମନୋଜ ମେହେର, ରୋହିତ ମେହେର,ସତ୍ୟ ମେହେର, ମହେଶ୍ୱର ମେହେର, ଚନ୍ଦ୍ର ଶେଖର ମେହେର, ଅକ୍ଷୟ ମେହେର, ଭଗବାନ ମେହେର, ଲକ୍ଷ୍ମୀ ପ୍ରସାଦ ମେହେର, ଆଦିତ୍ୟ ମେହେର, ଚତୁର୍ଭୁଜ ମୂର୍ତ୍ତିରେ ହର ମେହେର, ବୃନ୍ଦାବନ ମେହେର, ସୁମିତ୍ରା ମେହେର, ପ୍ରଦୀପ ମେହେର। ଏହା ସହିତ କମଳପୁର, କେନ୍ଦୁପାଲି, ବାଘମାରି, ରଥିସାହି ତଥା ଅଞ୍ଚଳରେ ଥିବା ସମସ୍ତ ବୁଣାକାରଙ୍କ ମୁଣ୍ଡରେ ଚଡ଼କ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe