ଗଞ୍ଜାମରେ ପ୍ରାଣ ହରାଇଲେ ତିନି କରୋନା ଯୋଦ୍ଧା, ସୂଚନା ଦେଲା ଜିଲ୍ଲା ପ୍ରଶାସନ

ଗଞ୍ଜାମରେ ପ୍ରାଣ ହରାଇଲେ ତିନି କରୋନା ଯୋଦ୍ଧା, ସୂଚନା ଦେଲା ଜିଲ୍ଲା ପ୍ରଶାସନ

Hindustan Times

ଗଞ୍ଜାମ: ଗଞ୍ଜାମରେ ବୁଧବାର ତିନିଜଣ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ହେବା ନେଇ ଗଞ୍ଜାମ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିବା ସହିତ ଟୁଇଟ କରିଛନ୍ତି। ଜିଲ୍ଲାପାଳ ଟୁଇଟ କରି କହିଛନ୍ତି, ଆମେ ଆମ କୋଭିଡ ଯୋଦ୍ଧାଙ୍କୁ ହରାଇଛୁ। ଜିଲ୍ଲା ପ୍ରଶାସନ ମୃତ କୋଭିଡ ଯୋଦ୍ଧାଙ୍କ ପରିବାର ସହିତ ଅଛି। ଏଥିସହିତ ଗଞ୍ଜାମର ସମସ୍ତ ବାସିନ୍ଦା ବାଧ୍ୟତାମୂଳକ ଭାବେ ସାମଜିକ ଦୂରତା ଅବଲମ୍ବନ କରନ୍ତୁ। ଏପରି କରିବା ଦ୍ୱାରା ଆମେ ଆମ କୋଭିଡ ଯୋଦ୍ଧାଙ୍କ ସାହାଯ୍ୟ କରି ପାରିବା ବୋଲି ସେ ସୂଚନା ଦେଇଛନ୍ତି।

ମହାମାରୀ କରୋନା ଯୁଦ୍ଧରେ ହାରି ଯାଇଥିବା ଗଞ୍ଜାମର ତିନିଜଣ କରୋନା ଯୋଦ୍ଧାଙ୍କ ମଧ୍ୟରୁ ଶିବ ରାମ ଦାସ ତାରସିଙ୍ଗି ପୁଲିସ ଷ୍ଟେସନ୍‌ରେ ଏଏସ୍‌ଆଇ ଭାବେ ନିୟୋଜିତ ଥିଲେ। ସେହିପରି ମୃତ୍ୟୁ ହୋଇଥିବା ଅନ୍ୟ ଜଣେ କରୋନା ଯୋଦ୍ଧାଙ୍କ ନାମ ଅଶୋକ କୁମାର ପଣ୍ଡା। ସେ ଗଞ୍ଜାମ ଜିଲ୍ଲା ଆସ୍କାର ଏନଏସିର ଏକଜିକ୍ୟୁଟିଭ୍‌ ଅଫିସର ଭାବେ କାମ କରୁଥିଲେ। ଅନ୍ୟ ଜଣେ ମୃତ କୋଭିଡ ଯୋଦ୍ଧାଙ୍କ ନାମ ଅରୁଣ କୁମାର ବେହେରା। ସେ ଗଞ୍ଜାମ ଜିଲ୍ଲାରେ ଜଗନାଥପ୍ରସାଦ ବ୍ଲକ୍‌ରେ ସେକ୍‌ସନ୍‌ ଅଫିସର ଥିଲେ।ଏହି ତିନି ଜଣ ନିଜର କର୍ତ୍ତବ୍ୟ ସଂପାଦାନ କରିବା ସମୟରେ କରୋନା ସଂକ୍ରମିତ ହୋଇଥିଲେ।

Coronavirus Impact: India loses first frontline warrior as 62-year ... Jagran English

ଗଞ୍ଜାମରେ ଏଯାବତ ୧୧, ୮୧୨ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ବି ଆହୁରି ୩,୫୫୨ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ଏଯାବତ ଜିଲ୍ଲାରେ ୭ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe