ପ୍ଲାଷ୍ଟିକ ଆମକୁ ମାରିବା ପୂର୍ବରୁ ପ୍ଲାଷ୍ଟିକକୁ ଆମେ ମାରିବାକୁ ପଡିବ

ପ୍ଲାଷ୍ଟିକ ଆମକୁ ମାରିବା ପୂର୍ବରୁ ପ୍ଲାଷ୍ଟିକକୁ ଆମେ ମାରିବାକୁ ପଡିବ

ରାୟଗଡା: ରାୟଗଡା ଜିଲ୍ଲାର ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ୫୧ ତମ ବିଶ୍ବ ପରିବେଶ ଦିବସ ପାଳିତ ହୋଇ ଯାଇଛି। ରାୟଗଡା ସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସହଯୋଗରେ ଏବଂ ଇମ୍ଫାର ଉପ ସଭାପତି ଆଶିଷ କୁମାର ରାୟଙ୍କ ନେତୃତ୍ବରେ ପାଳିତ ଏହି କାର୍ଯ୍ୟକ୍ରମରେ ରାୟଗଡା ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀ ରିପୁ କୁମାର ସାହୁ ମୁଖ୍ୟ ଅତିଥି, ସହକାରୀ ଯନ୍ତ୍ରୀ ପ୍ରଭୁଦେବ ବେହେରା ଓ ଗୁଣବତା ଅଧିକାରୀ ଗୌରୀ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ। ୨୦୨୩ ବିଶ୍ଵ ପରିବେଶ ଦିବସର  ମୌଳିକ ବିଷୟ ବସ୍ତୁ " ଜୈବ ସମାଜର ପୁନରୁଦ୍ଧାର " କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ପ୍ଲାଷ୍ଟିକର ବ୍ୟବହାର ଦ୍ଵାରା କିଭଳି ଆମ ଜୀବନ ପ୍ରଣାଳୀ ପ୍ରଭାବିତ ଓ  ପ୍ରଦୂଷିତ ଓ ତା’ର ନିରାକରଣ ବିଷୟରେ ଉପସ୍ଥିତ ଥିବା କର୍ମଚାରୀମାନଙ୍କୁ ସଚେତନ କରାଇଥିଲେ।

ଇମ୍ଫାର ଉପ ସଭାପତି ଶ୍ରୀ ରାୟ “ପ୍ଲାଷ୍ଟିକ ଆମକୁ ମାରିବା ପୂର୍ବରୁ ଆମେ ପ୍ଲାଷ୍ଟିକକୁ ମାରିବାକୁ ହେବ “ ବୋଲି ମତ ରଖିଥିଲେ। ଗତ ଜୁନ୍ ୧ ତାରିଖରୁ ୫ ଦିନ ବ୍ୟାପୀ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଇମ୍ଫାର ସମସ୍ତ କର୍ମଚାରୀ,ଠିକାଦାର ଯୋଗଦେଇଥିଲେ। କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ପରିବେଶଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ଯଥା- ଜଳ ସଂରକ୍ଷଣ, ବିଦ୍ୟୁତ ଶକ୍ତି ସଂରକ୍ଷଣ , ପ୍ଲାଷ୍ଟିକର ବ୍ୟବହାର ଓ ପରିବେଶର ସୁରକ୍ଷା ଉପରେ ବିଭିନ୍ନ ପ୍ରତିଯୋଗିତା  କରାଯାଇଥିଲା। ପରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଇମ୍ଫା ଦ୍ଵାରା ପରିବେଶ ସୁରକ୍ଷା ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଥିଲେ। ଏହି ଦିବସରେ ଉପସ୍ଥିତ ସମସ୍ତ ଅଥିତି ଗଣ ଓ କର୍ମଚାରୀ ବୃକ୍ଷ ରୋପଣ କରିଥିଲେ। କାର୍ମିକ ଓ ପ୍ରଶାସନିକ  ବିଭଗର ଉପମୁଖ୍ୟ ପ୍ରବନ୍ଧକ କଲୋଳ କୁମାର ନାୟକ ସ୍ଵାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମକୁ ଯୌଥ ଭାବେ ଇମ୍ଫା ଗୁଣବତ୍ତା ବିଭାଗର ଉପ ମହା ପ୍ରବନ୍ଧକ ଦିନେଶ କୁମାର ମହାନ୍ତି ସହ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe