ଏନ୍‌ଆଇଟିରେ କୋଭିଡ୍‌ ସଚେତନତା ୱେବିନାର: କୋଭିଡ୍‌ମୁକ୍ତ ହେବାକୁ ହେଲେ ଟିକାକୁ ପ୍ରାଥମିକତା

ଏନ୍‌ଆଇଟିରେ କୋଭିଡ୍‌ ସଚେତନତା ୱେବିନାର: କୋଭିଡ୍‌ମୁକ୍ତ ହେବାକୁ ହେଲେ ଟିକାକୁ ପ୍ରାଥମିକତା

ରାଉରକେଲା: ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରିଜିଓନାଲ କୋଅର୍ଡିନେଟର୍‌ ଇନଷ୍ଟିଚ୍ୟୁଟ୍‌(ଆର୍‌ସିଆଇ) ପକ୍ଷରୁ ‘ଉନ୍ନତ ଭାରତ ଅଭିଯାନ’ ଅନ୍ତର୍ଗତ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ‌କୋଭିଡ୍‌-୧୯ ନେଇ ଏକ ୱେବିନାର ଆୟୋଜିତ ହୋଇଥିଲା। ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରଫେସର ଅନୀମେଶ ବିଶ୍ବାସ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏନ୍‌ଆଇଟିର ସ୍ବାସ୍ଥ୍ୟ ଅଧିକାରୀ ଡା. ସମୀର ପଟ୍ଟନାୟକ, ରାଜ୍ୟ ହେଲ୍‌ଥ ଇଣ୍ଟେଲିଜେନ୍‌ସ ଆଣ୍ଡ୍‌ ଭାଇଟାଲ ଷ୍ଟାଟିଷ୍ଟିକ୍‌ସର ନିର୍ଦ୍ଦେଶକ ରାମଚନ୍ଦ୍ର ରାଉତ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. କାହ୍ନୁଚରଣ ନାୟକ, ରାଉରକେଲା ଇଏସ୍‌ଆଇସି ମଡେଲ ହସ୍‌ପିଟାଲର ନୋଭିଡ୍‌ ନୋଡାଲ ଅଫିସର ଡା. ରୁଦ୍ର ପ୍ରସନ୍ନ ମିଶ୍ର, ଇଏସ୍‌ଆଇସି ଭୁବନେଶ୍ବରରର ସୁପରିଟେଣ୍ଡେଣ୍ଟ୍‌ ଡା. ଦିଲୀପ କୁମାର ସାହୁ, ଭିମ୍‌ସାର ବୁର୍ଲାର ପ୍ରଫେସର ଡା. ସ୍ମିତା କୁମାରୀ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

ଅତିଥିମାନେ ସଂକ୍ରମଣର କାରଣ ଓ ନିରାକରଣ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। କହିଲେ, କୋଭିଡ୍‌ ମହାମାରୀକୁ ପରାସ୍ତ କରିବାକୁ ହେଲେ ଟିକା ନେବା ନିହାତି ଆବଶ୍ୟକ। ଏହି ଟିକା ହିଁ ଶରୀରରେ ରୋଗ ପ୍ରତିଷେଧକ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ। ଟିକାର କାର୍ଯ୍ୟକାରୀତାକୁ ନେଇ ସାମାନ୍ୟତମ ସନ୍ଦେହ ପ୍ରକାଶ କରିବା ଅନୁଚିତ। ବରଂ ଅଗ୍ରାଧିକାର ଭିତ୍ତିରେ ଟିକା ନେଇ ନିଜେ କରୋନା ମୁକ୍ତ ରହିବା ସହ ପରିବାରବର୍ଗଙ୍କୁ ସୁରକ୍ଷିତ ରଖିବାକୁ ଆହ୍ବାନ କରିଥିଲେ। ପ୍ରଫେସର ସବ୍ୟସାଚୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉନ୍ନତ ଭାରତ ଅଭିଯାନ ଆର୍‌ସିଆଇ ଅଧ୍ୟକ୍ଷ ତଥା ଏନ୍‌ଆଇଟି ପ୍ରଫେସର ମହାବୀର ପଣ୍ଡା, ସଂଯୋଜକ ପ୍ରଫେସର ବି. ବାଲାସୁବ୍ରମଣ୍ୟନ, ପ୍ରଫେସର ରାଜ କିଶୋର ପଟେଲ ପ୍ରମୁଖ ୱେବିନାରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe