ଗ୍ରାମାଞ୍ଚଳରେ ବଢୁଛି କରୋନା, ଦୁର୍ଗମ କାଙ୍କଡଵାଡାରେ ସାପ୍ତାହିକ ହାଟ

Advertisment

ଲୋକେ ମାନୁନାହାନ୍ତି ନିୟମ,କଟକଣା

ଲୋକେ ମାନୁନାହାନ୍ତି ନିୟମ,କଟକଣା

ଗ୍ରାମାଞ୍ଚଳରେ ବଢୁଛି କରୋନା, ଦୁର୍ଗମ କାଙ୍କଡଵାଡାରେ ସାପ୍ତାହିକ ହାଟ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ୭ଟି ବ୍ଲକର ବିଭିନ୍ନ ଗ୍ରାମରେ ଆଜି ବି ସାପ୍ତାହିକ ହାଟ ବସୁଛି। ଏହି ସାପ୍ତାହିକ ହାଟଗୁଡିକରେ ଲୋକେ କରୋନା କଟକଣାକୁ ଫୁ କରି ଉଡାଇ ଦେଉଥିବା ଦେଖିବାକୁ ମିଳିଛି। ସାପ୍ତାହିକ ହାଟ ଯୋଗୁଁ ହିଁ ଗ୍ରାମାଞ୍ଚଳରେ ହୁ ହୁ ହୋଇ ସଂକ୍ରମଣ ବଢୁଥିବା କୁହାଯାଇଛି। ପ୍ରଶାସନ ତରଫରୁ ବ୍ଲକ ନିକଟରେ ରହିଥିବା ହାଟଗୁଡିକକୁ ବନ୍ଦ କରିଦିଆଯାଇ ସିନା ଦୁର୍ଗମ ଅଂଚଳରେ ଏବେ ବି ହାଟ ବସୁଛି।ଖୁଲମଖୁଲା କରୋନା କଟକଣାକୁ ଲୋକେ ମାନୁନଥିବା ଦେଖିବାକୁ ମିଳିଛି।ସଦ୍ୟତମ ଘଟଣା କ୍ରମରେ ମାଥିଲି ବ୍ଲକର ସାଲିମି ପଞ୍ଚାୟତରେ କାଙ୍କଡଵାଡା ଗ୍ରାମରେ ଆଜି ସାପ୍ତାହିକ ହାଟ ବସିଥିଲା।ଶହ ଶହ ଲୋକ ହାଟରେ ଗହଳି କରୁଥିବା ଦେଖିବାକୁ ମିଳିଥିଲା।

ଲୋକେ ନା ମୁହଁରେ ମାସ୍କ ପରିଧାନ କରିଥିଲେ ନା ସାମାଜିକ ଦୂରତାକୁ ରକ୍ଷା କରୁଥିଲେ।ଏମାନେ କରୋନାକୁ ଭୟ କରୁନଥିବା ଭଳି ମନେ ହେଉଥିବା ଦେଖିବାକୁ ମିଳିଥିଲା।ମାଲକାନଗିରି ଜିଲ୍ଲାରେ ସବୁଠାରୁ ଗ୍ରାମାଞ୍ଚଳରେ ହିଁ ବେଶୀ ସଂକ୍ରମିତ ଲୋକେ ହେଉଥିବା ରିପୋର୍ଟ କହୁଛି।ତେବେ ଏହାର ମୁଖ୍ୟ କାରଣ ସାପ୍ତାହିକ ହାଟ ବୋଲି କୁହାଯାଉଥିଲେ ମଧ୍ୟ ଦୁର୍ଗମ ହାଟଗୁଡିକକୁ ବନ୍ଦ କରିବା ପାଇଁ ବ୍ଲକ ପ୍ରଶାସନ ଫେଲ ମାରିଥିବା କୁହାଯାଇଛି।କାଙ୍କଡଵାଡା ଭଳି ବହୁ ଗ୍ରାମରେ ଆଜି ବି ସାପ୍ତାହିକ ହାଟ ବସୁଛି।ବେପାରୀ ନିଜର ପସରା ମେଲାଉଥିବା ବେଳେ ଲୋକେ ମଧ୍ୟ ହାଟକୁ ଯିବାକୁ ପସନ୍ଦ କରୁଛନ୍ତି।

ତେବେ ତୁରନ୍ତ ଗ୍ରାମାଞ୍ଚଳରେ ହେଉଥିବା ସାପ୍ତାହିକ ହାଟଗୁଡିକକୁ ବନ୍ଦ କରାନଗଲେ ଜିଲ୍ଲାରେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବଢିବ ସିନା କମିବ ନାହିଁ ବୋଲି କୁହାଯାଇଛି।ପ୍ରଶାସନ ତରଫରୁ ଯଦି ବ୍ୟବସାୟୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଏଭଳି ହାଟ ବନ୍ଦ ହେବ ବୋଲି ଆଲୋଚନା ଜୋର ଧରିଛି।ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏଠି ବସବାସ କରୁଥିବା ଆଦିବାସୀମାନେ ନିଜ ବାଡିରେ ଫଳୁଥିବା ପନିପରିବା ଏବଂ ଜଂଗଲଜାତ ଦ୍ରବ୍ୟକୁ ସାପ୍ତାହିକ ହାଟକୁ ନେଇ ବିକ୍ରି କରିବା ସହ ଦରକାରୀ ସାମଗ୍ରୀ ଖରିଦ କରିଥାନ୍ତି।ତେବେ କରୋନାର ଭୟାବହତା ସଂପର୍କରେ ଏମାନେ ସଚେତନ ହୋଇନଥିବାରୁ ଏଭଳି ଖୁଲମଖୁଲା ବୁଲିବା ଏବଂ ମୃତ୍ୟୁକୁ ନିମନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି।ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe