ବିଧାୟକଙ୍କ ଦ୍ଵାରା ନୂତନ ସାପ୍ତାହିକ ବଜାର ଉଦଘାଟିତ

Advertisment
ବିଧାୟକଙ୍କ ଦ୍ଵାରା ନୂତନ ସାପ୍ତାହିକ ବଜାର ଉଦଘାଟିତ

ଜହ୍ନ।ପଙ୍କ:ବୌଦ୍ଧ ବ୍ଳକ ଅଁଳାପାଲି ପଂଚାୟତ ଅନ୍ତର୍ଗତ ଗମ୍ଭାଟିକିରାଠାରେ ନୂତନ ସାପ୍ତାହିକ ମଙ୍ଗଳବାର ବଜାର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହୀଧର ରଣାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ପ୍ରଥମେ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଁଳାପାଲି ସରପଞ୍ଚ ଅଜିତ ମେହେର ସଭାପତିତ୍ବ କରିଥିଲେ।

ମୁଖ୍ୟ ଅତିଥି ଭାବେ ଶ୍ରୀ ରଣା ଯୋଗଦେଇ ଏହି ବଜାର କେବଳ ଗୋଟିଏ ପଂଚାୟତର ନୁହେଁ ଏହା ଦ୍ବାରା ଆଖପାଖ ୭ ଟି ପଂଚାୟତର ଲୋକ ଉପକୃତ ହେବା ସହିତ କୃଷି ସାମଗ୍ରୀ, ପନିପରିବା, କପଡା,ବିବାହ ସାମଗ୍ରୀ ଆଦି ସହଜରେ ପାଇପାରିବେ।ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଡ଼ିଓ ଅବିନାଶ ପାଣ୍ଡିଆ ଯୋଗଦେଇ ବଜାରର ଉନ୍ନତିକରଣ ପାଇଁ ମାର୍କେଟ ସେଡ, ମାର୍କେଟ କମ୍ପ୍ଲେକ୍ସ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏବଂ ଏଥିପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ। ସ୍ୱେଚ୍ଛାସେବୀ ସୁଧୀର ମହାକୁଳ ଓ ବିଜୟ କୁମାର ବାରିକ ମଂଚ।ସିନ ଥିଲେ।ବହିରା ପଂଚାୟତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଦେଶବନ୍ଧୁ ମହାକୁଳ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ଅତିଥିମାନେ ବଜାର ବୁଲି ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe