ମୟୂରଭଞ୍ଜ: ବାଦାମପାହାଡ ସାପ୍ତାହିକ ହାଟରେ କଟକଣାକୁ ଅଣଦେଖା, ପ୍ରଶାସନର ନିଘା ନାହିଁ

Advertisment
ମୟୂରଭଞ୍ଜ: ବାଦାମପାହାଡ ସାପ୍ତାହିକ ହାଟରେ କଟକଣାକୁ ଅଣଦେଖା, ପ୍ରଶାସନର ନିଘା ନାହିଁ

ରାଇରଙ୍ଗପୁର: 'କୋଭିଡ୍ -୧୯' ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ୍ ବିଭିନ୍ନ ଅଞ୍ଚଳର ଏହାକୁ ବେଖାତିର କରାଯାଉଛି। ଆଜି ବାଦାମପାହାଡ ସାପ୍ତାହିକ ହାଟରେ ବହୁତ ଭିଡ଼ ପରିଲକ୍ଷିତ ହୋଇଥିଲା। ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଜନସାଧାରଣ ଏହାକୁ ଅତି ହାଲୁକା ଭାବେ ନେଉଛନ୍ତି।

ବାଦାମପାହାଡ ସାପ୍ତାହିକ ହାଟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ତେଜରାତି, ପନିପରିବା, ମାଛମାଂସ ଦୋକାନ ବସୁଥିଲେ ମଧ୍ୟ ଆଜି ଶହ ଶହ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇ କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା। ଦିନ ୧୧ଟା ଯାଏଁ ଏହି ହାଟ ଲାଗିବାକୁ ଥିବା ବେଳେ ଗୋଟାଏ ପର୍ଯ୍ଯନ୍ତ ଏହି ମାର୍କେଟ୍ ଖୋଲା ରହିଥିଲା। ପ୍ରଶାସନ ପକ୍ଷରୁ ୭ଜଣରୁ ଅଧିକ ଏକାଠି ନ ରହିବାକୁ କହିବା ସହିତ, ସାମାଜିକ ଦୂରତା ୧ ମିଟର ବ୍ୟବଧାନରେ ରହିବା, ମାସ୍କ ପିନ୍ଧି ଘରୁ ବାହାରକୁ ବାହାରିବା ନିଦ୍ଦେର୍ଶ ରହିଥିବା ବେଳେ ଲୋକେ ଏହାକୁ ମାନୁନାହାନ୍ତି।

ଯାହା ଦ୍ୱାରା ସବୁ 'ଲକ୍ ଡାଉନ'ର ପରିଶ୍ରମ ଗୋଟିଏ ହାଟରେ ନଷ୍ଟ ହୋଇଯାଉଛି। ବାଦାମପାହାଡ ହାଟ ପରି ଗ୍ରାମାଞ୍ଚଳ ହାଟମାନଙ୍କରେ ଏତେ ସଂଖ୍ୟକ ଜନଗହଳି ଏଡାଇବା ପାଇଁ ପ୍ରତ୍ୟେକ ହାଟ ମାନଙ୍କରେ ସାମାଜିକ ଦୂରତା ବଜାଇ ରଖିବା ସହିତ, ସଚେତନତା ସହ ହାଟବସାଇବା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe