କରୋନ ମୁକାବିଲା ଆଇନ୍ ଶୃଙ୍ଖଳା ଉପରେ ପ୍ରାଧାନ୍ୟ ଦେଲେ ପଶ୍ଚିମାଞ୍ଚଳ ଡିଆଇଜି

ଜୟନାରାୟଣ ପଙ୍କଜଙ୍କ  ବୀରମହାରାଜପୁର ଥାନା ପରିଦର୍ଶନ

କରୋନ ମୁକାବିଲା ଆଇନ୍ ଶୃଙ୍ଖଳା ଉପରେ ପ୍ରାଧାନ୍ୟ ଦେଲେ ପଶ୍ଚିମାଞ୍ଚଳ ଡିଆଇଜି

ବୀରମହାରାଜପୁର: ପଶ୍ଚିମାଞ୍ଚଳ ପୁଲିସ ଡ଼ିଆଇଜି ଜୟନାରାୟଣ ପଙ୍କଜ ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ପରିଦର୍ଶନ କରିଛନ୍ତି । କରୋନା ସଂକ୍ରମଣ ମୁକାବିଲା ସହିତ ଆଇନ୍ ଶୃଙ୍ଖଳା ଉପରେ ଗୁରୁତ୍ବ ଦେବାକୁ ପୁଲିସ କର୍ମଚାରୀଙ୍କୁ କହିଛନ୍ତି । ବିଶେଷ ଭାବରେ ଏହି ଘଡିସନ୍ଧି ମୁହୁର୍ତ୍ତରେ ନିଜେ ସଜାଗ ରହି ଅନ୍ୟମାନଙ୍କୁ ସତର୍କ କରାଇ ସାମାଜିକ ଦୂରତା ବଜାୟ ରଖି ଧର୍ଯ୍ୟ ସହିତ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହିତ ବୀରମହାରାଜପୁର ଥାନାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ଏହି ଗସ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ଅତିରିକ୍ତ ଏସପି ଆର. କେ ପାଣିଗ୍ରାହୀ, ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ୍ କୁମାର ଚୋପଦାର, ବୀରମହାରାଜପୁର ଥାନା ଅଧିକାରୀଣି ପ୍ରଭା ଧାନଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ସୁବଳୟା ଥାନା ମଧ୍ୟ ପରିଦର୍ଶନ କରିଥିଲେ । ସୁବଳୟା ଥାନା ଅଧିକାରୀ କୁଷ କୁମାର ପାଣିଗ୍ରାହୀ ଓ ସମସ୍ତ ପୁଲିସ କର୍ମଚାରୀ କରୋନା ମୁକାବିଲା ଓ ଆଇନ୍ ଶୃଙ୍ଖଳା ରକ୍ଷା ପାଇବା ପାଇଁ ପରାମର୍ଶ ଦେଇଥିବା ଯଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe