ଅସୁରକ୍ଷିତ ନିର୍ମାଣ କାର୍ଯ୍ୟରେ ରୋକ୍‌ କେବେ?

Advertisment
ଅସୁରକ୍ଷିତ ନିର୍ମାଣ କାର୍ଯ୍ୟରେ ରୋକ୍‌ କେବେ?

ରାଉରକେଲା: ଅସୁରକ୍ଷିତ ପରିବେଶରେ ନିର୍ମାଣକାର୍ଯ୍ୟ ଚାଲିଛି। ବଡ଼ ବଡ଼ କୋଠାବାଡ଼ି ନିର୍ମାଣବେଳେ ନିର୍ମାଣଶ୍ରମିକ ସେଫ୍ଟି ବେଲ୍‌ଟ, ହେଲମେଟ୍‌, ଜୋତା ଆଦି ବ୍ୟବହାର କରୁନାହାନ୍ତି। ଠିକାଦାର ଖୋଲାଖୋଲି ସରକାରୀ ନିୟମାବଳୀର ଖୋଲା ଉଲ୍ଲଂଘନ କରିଚାଲିଛନ୍ତି। ଏବେ କେବଳ ବଡ଼ ପ୍ରକଳ୍ପ ନୁହେଁ, ବରଂ ଛୋଟଛୋଟ ରାସ୍ତା, ଡ୍ରେନ୍‌ ନିର୍ମାଣବେଳେ ବି ଏ ଦିଗକୁ ଅଣଦେଖା କରାଯାଉଛି। ଅସୁରକ୍ଷିତ ପରିବେଶରେ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ବିଭିନ୍ନ ସମୟରେ ଶ୍ରମିକ ଛୋଟବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି।

ଏମିତିକି ପଥଚାରୀ ବି ଦୁର୍ଘଟଣାର ଶିକାର ହୋଇ ଜୀବନ ହରାଉଛନ୍ତି। କିଛି ଦିନ ପୂର୍ବେ କଳୁଙ୍ଗା ଅଞ୍ଚଳରେ ଡ୍ରେନ୍‌ ପାଇଁ ଖୋଳାଯାଇଥିବା ଖାଲରେ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ବାରମ୍ବାର ଅଘଟଣ ଘଟୁଥିବା ସତ୍ତ୍ବେ ଶ୍ରମିକଙ୍କୁ ସୁରକ୍ଷା ବ୍ୟବସ୍ଥା ଯୋଗାଇବାକୁ ଠିକାଦାର ଅମଙ୍ଗ। ତେବେ ଏନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଦୃଷ୍ଟି ବି ପଡ଼ୁନି।

ଡ୍ରେନ୍‌ ପାଇଁ ଖୋଳାଯାଇଥିବା ଗର୍ତ୍ତରେ ପଡ଼ି ବୃଦ୍ଧ ମୃତ

ବିନା ଜୋତା, ସେଫ୍ଟି ବେଲ୍‌ଟରେ କାର୍ଯ୍ୟରତ ଶ୍ରମିକ

ସୂଚନା ଅନୁଯାୟୀ, ମେ’ ପହିଲାରୁ କଲୁଙ୍ଗାସ୍ଥ ମିଲନ ଗଳି ଜଗନ୍ନାଥ ମନ୍ଦିର ଅଞ୍ଚଳରେ ଏକ ଡ୍ରେନ୍‌ କାମ ଆରମ୍ଭ ହୋଇଛି। ୪୦ ମିଟର ଲମ୍ବ ବିଶିଷ୍ଟ ଡ୍ରେନ୍‌ ପାଇଁ କଲୁଙ୍ଗା ପଞ୍ଚାୟତ ପକ୍ଷରୁ ୪ ଲକ୍ଷ ୪ ହଜାର ଟଙ୍କା ଅନୁମୋଦିତ ହୋଇଛି। ପ୍ରାୟତଃ, ୪୦ ମିଟର ଡ୍ରେନ୍‌ ନିର୍ମାଣ ସର୍ବାଧିକ ୧୦ ଦିନ ଭିତରେ ସଂପନ୍ନ ହେବା କଥା; କିନ୍ତୁ ଏଯାଏ ଏହା ସରିନି। ଏହି ପ୍ରକଳ୍ପ ନିର୍ମାଣବେଳେ ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଉଲ୍ଲଂଘନ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ଚାଲୁଥିବା ନେଇ ସତର୍କ ସୂଚନା, ବିପଦସଙ୍କେତ ଚିହ୍ନ ଆଦି ଦିଆଯାଇନଥିଲା। ଫଳରେ ଗତ ଶନିବାର ସନ୍ଧ୍ୟାରେ କଲୁଙ୍ଗା ଜଗନ୍ନାଥ ମନ୍ଦିର ଅଞ୍ଚଳର ମଧୁ ପ୍ରଜାପତି ନାମକ ଜଣେ ବୃଦ୍ଧ ସାଇକଲରେ ଆସୁଥିବାବେଳେ ଗର୍ତ୍ତରେ ପଡ଼ିଯାଇଥିଲେ।

ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ବ୍ରାହ୍ମଣୀତରଙ୍ଗ ଥାନାରେ ଠିକାଦାରଙ୍କ ନାଁରେ ଲିଖିତ ଅଭିଯୋଗ ଅଭିଯୋଗ ବି ହୋଇଛି। ବିଗତ ଦିନରେ ଏକାଧିକ ବଡ଼ ପ୍ରକଳ୍ପ ନିର୍ମାଣବେଳେ ସୁରକ୍ଷା ଦିଗକୁ ଚୂଳିକୁ ଫିଙ୍ଗି ଦିଆଯାଇଥିବାର ନଜିର ରହିଛି। ଗତ ମେ’ ପହିଲାରେ ଛେଣ୍ଡ୍‌ସ୍ଥ ବିଜୁ ପଟ୍ଟନାୟକ ଖେଳ ଭବନ‌େ ରଙ୍ଗ କାମ ଚାଲିଥିଲା। ଏଥିରେ ଦୁଇ ଜଣ ଶ୍ରମିକ ନିୟୋଜିତ ଥିଲେ। ପ୍ରାୟ ୩୫/୪୦ ଫୁଟ ସୁଉଚ୍ଚ ଏହି ବିଲ୍‌ଡିଂରେ କେବଳ ସିଡ଼ିରେ ଦୁଇ ଶ୍ରମିକ ରଙ୍କ କାମ କରୁଥିବା ଦେଖିବାକୁ ମିଳୁଥିଲା। ଏମାନଙ୍କ ମୁଣ୍ଡରେ ନା ହେଲ୍‌ମେଟ୍‌ ଥିଲା ନା ଗୋଡ଼ରେ ଜୋତା; ଏମିତିକି ସେଫ୍‌ଟି ବେଲ୍‌ଟି ବି ପିନ୍ଧିନଥିଲେ। ସ୍ମାର୍ଟସିଟି ସହର ଭିତରେ ସରକାରୀ ନିୟମର ଖୋଲା ଉଲ୍ଲଂଘନ ହେଉଥିବାବେଳେ ଗ୍ରାମାଞ୍ଚଳରେ ଏହାର ମାତ୍ରା କେତେ ଥିବ; ତାହା ସହଜେ ଅନୁମେୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe