କଲବଲ କଲାଣି ଅସହ୍ୟ ତାତି, କେବେ ଖୋଲିବ ଜଳଛତ୍ର ?

Advertisment
ଖରା ବଢ଼ୁଛି, ଆଜିଯାଏ ଖୋଲିଲାନି ଜଳଛତ୍ର

ବାରିପଦା: ବାରିପଦାରେ ୪୦ ଡିଗ୍ରୀ ତଳକୁ ଖସୁନି ପାରଦ। କଲବଲ କରୁଛି ଅସହ୍ୟ ତାତି। ବାରିପଦାରେ ତାପମାତ୍ରା ଆଜି ମଧ୍ୟ ୪୦ ଡିଗ୍ରୀ ରହିଥିଲା। ପ୍ରଚଣ୍ଡ ତାତି କାରଣରୁ ସାଧାରଣ ଜୀବନଯାତ୍ରା ମଧ୍ୟ ବ୍ୟାହତ ହେଉଥିବା ପରିଲକ୍ଷିତ ହେଉଛି। ଆଜି ସକାଳେ କିଛି ସମୟ ପାଇଁ ଆକାଶ ମେଘାଚ୍ଛନ୍ନ ରହିଥିଲା । ପ୍ରାୟ ସାଢ଼େ ୯ ବେଳକୁ ଆକାଶ ପରିଷ୍କାର ହେବା ସହିତ ସୂର୍ଯ୍ୟଙ୍କ ତେଜ ବୃଦ୍ଧି ପାଇବାରେ ଲାଗିଥିଲା । ତେବେ ମୟୂରଭଞ୍ଜ ଜିଲ୍ଲାରେ ଅଂଶୁଘାତର ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ସରିଛି ।

ମାତ୍ର ବର୍ତ୍ତମାନସୁଦ୍ଧା କିନ୍ତୁ ଜିଲ୍ଲା ସଦରମହକୁମା ବାରିପଦାରେ ଜଳଛତ୍ର ଖୋଲା ଯାଇନାହିଁ। ସେହିପରି ବେସରକାରୀ ଭାବେ ମଧ୍ୟ ଅଦ୍ୟାବଧି କୌଣସି ଜଳଛତ୍ର ଖୋଲାଯାଇ ନାହିଁ । ତାପମାତ୍ରା ୪୦ ଡିଗ୍ରୀ ଥିବାବେଳେ ଜଳଛତ୍ର ନଥିବାରୁ ସାଧାରଣ ବାଟୋଇ ପାଣି ଟିକେ ପାଇଁ ଅସହାୟ ହୋଇପଡ଼ୁଥିବା ପରିଲକ୍ଷିତ ହୋଇଛି। ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଜଳଛତ୍ର ଖୋଲିବାକୁ ଦାବି ହୋଇଛି। ଏପରି ସମୟରେ ଚଳିତ ମାସ ୨୨ରେ ସହରରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ୨୩ରେ ୩୯.୪, ୨୪ରେ ୩୮.୬ ରହିଥିଲା ।

ଏହାପରେ ମାର୍ଚ୍ଚ ୨୫ ଓ ଆଜି ତାପମାତ୍ରା ୪୦ ଡିଗ୍ରୀ ରହିଛି। ବାରିପଦା ଉତ୍ତର ଓଡ଼ିଶାର ସର୍ବାଧିକ ଉତ୍ତପ୍ତ ସହର ସାବ୍ୟସ୍ତ ହୋଇଛି । ଆଜି ପଡ଼ୋଶୀ ବାଲେଶ୍ୱର ଜିଲ୍ଲାର ତାପମାତ୍ରା ୩୮.୧ ଡ଼ିଗ୍ରୀ, କେଉଁଝର ଜିଲ୍ଲାର ତାପମାତ୍ରା ୩୬.୨ ଡ଼ିଗ୍ରୀ, ଭଦ୍ରକ ରାଣିତାଲର ତାପମାତ୍ରା ୩୭ ଡ଼ିଗ୍ରୀ ଓ ଚାନ୍ଦବାଲିରେ ତାପମାତ୍ରା ୩୭.୧ ଡିଗ୍ରୀ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe