ଦିବ୍ୟାଙ୍ଗ ବାଲାଜିଙ୍କୁ ଭତ୍ତା ମିଳିବ କେବେ?

Advertisment

କନ୍ଧମାଳ ଜିଲ୍ଲା ‌କେ ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ପଞ୍ଚାୟତ ଡାଡି ଗାଁର ଦିବ୍ୟାଙ୍ଗ ବାଲାଜି ନାୟକଙ୍କର ବର୍ଷେ ହେବ ଦୁଇଟି ଗୋଡ଼ ଅଚଳ ହୋଇ ପଡିଛି। ପରିବାରର ଏକମାତ୍ର  ରୋଜଗାର କରୁଥିବା ସଦସ୍ୟ ହୋଇଥିବାରୁ ଏବେ ତାଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

Updated On

କନ୍ଧମାଳ ଜିଲ୍ଲା ‌କେ ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ପଞ୍ଚାୟତ ଡାଡି ଗାଁର ଦିବ୍ୟାଙ୍ଗ ବାଲାଜି ନାୟକଙ୍କର ବର୍ଷେ ହେବ ଦୁଇଟି ଗୋଡ଼ ଅଚଳ ହୋଇ ପଡିଛି। ପରିବାରର ଏକମାତ୍ର  ରୋଜଗାର କରୁଥିବା ସଦସ୍ୟ ହୋଇଥିବାରୁ ଏବେ ତାଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

ଅଦ୍ୟତନ ହୋଇଛି
balaji

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ‌କେ ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ପଞ୍ଚାୟତ ଡାଡି ଗାଁର ଦିବ୍ୟାଙ୍ଗ ବାଲାଜି ନାୟକଙ୍କର ବର୍ଷେ ହେବ ଦୁଇଟି ଗୋଡ଼ ଅଚଳ ହୋଇ ପଡିଛି। ପରିବାରର ଏକମାତ୍ର  ରୋଜଗାର କରୁଥିବା ସଦସ୍ୟ ହୋଇଥିବାରୁ ଏବେ ତାଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

ରାଜ୍ୟ ସରକାର ଦିବ୍ୟାଙ୍ଗ ପରିବାରକୁ ଭତ୍ତା ଯୋଗାଇ ଦେଉଛନ୍ତି। ତେବେ ଏହି ଯୋଜନାରୁ ବର୍ତ୍ତମାନ ସୁଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ବାଲାଜି ନାୟକ । ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ତାଙ୍କ ଅନୁରୋଧ ଶୁଣୁନାହାନ୍ତି ବୋଲି  ବାଲାଜି ନାୟକ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ:ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବ: ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଛେଚିବ

ତାଙ୍କ ପରିବାର କହିଲେ ଦୁଇ ଜଣ ସଦସ୍ୟ ସ୍ବାମୀ ଏବଂ ସ୍ତ୍ରୀ। ବର୍ଷ ତଳେ ତାଙ୍କର ଏକ ମାତ୍ର ପୁଅର ଦେହାନ୍ତ ହେବା ପରେ ସ୍ବାମୀସ୍ତ୍ରୀ ଦୁଇ ଜଣ ବହୁତ ଦୁଃଖରେ ଚଳୁଥିବା ବେଳେ ବର୍ତ୍ତମାନ ବାଲାଜିଙ୍କର ଦୁଇଟି ଗୋଡ଼ ଅଚଳ ହୋଇଯିବାରୁ ସ୍ଥିତି ସଙ୍କଟଜନକ ହୋଇଛି । ତେଣୁ ପ୍ରଶାସନ ଏଥିପ୍ରତି  ଦୃଷ୍ଟି ଦେବା ସହ ବାଲାଜିଙ୍କୁ ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

ଅଧିକ ପଢ଼ନ୍ତୁ:ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମ, ପ୍ରେମିକ ମୃତ, ପ୍ରେମିକା ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe