ପୁରାଣ୍ଡି ସାହିରେ ପାଣି ସମସ୍ୟା କେବେ ସୁଧୁରିବ?

ମୟୂରଭଞ୍ଜ ଜିଲ୍ଲା ପ୍ରତ୍ୟେକ ବ୍ଲକର ଅଧିକାଂଶ ଗ୍ରାମରେ ପାଣି ସମସ୍ୟା ଲାଗି ରହିଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଯାହାଦ୍ବାରା ଜନସାଧାରଣ ଦୂଷିତ ପାଣି ପିଇ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ...

When will the water problem in Purandi Sahi be resolved?

When will the water problem in Purandi Sahi be resolved? Photograph: (sambad.in)

ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜ ଜିଲ୍ଲା ପ୍ରତ୍ୟେକ ବ୍ଲକର ଅଧିକାଂଶ ଗ୍ରାମରେ ପାଣି ସମସ୍ୟା ଲାଗି ରହିଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଯାହାଦ୍ବାରା ଜନସାଧାରଣ ଦୂଷିତ ପାଣି ପିଇ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ।

ଏଭଳି ସମସ୍ୟା ବାରମ୍ବାର ପ୍ରଶାସନର ଦୃଷ୍ଟିକୁ ଆଣାଯାଇଥିଲେ ମଧ୍ୟ କିଛି ବି ସୁଫଳ ମିଳିନି । ପ୍ରଶାସନ କୌଣସି ପଦକ୍ଷେପ ନନେଇ ଚୁପ୍ ହୋଇ ବସିଛି । ଏହାର ସବୁଠୁ ବଡ ଉଦାହରଣ ହେଉଛି  ଜିଲ୍ଲାର ଜାମଦା ବ୍ଲକ ଅନ୍ତର୍ଗତ କଇଁପୁର ଗ୍ରାମର ପୁରାଣ୍ଡି ସାହି । ଉକ୍ତ ଅଞ୍ଚଳରେ ପୂର୍ବରୁ ପାଣିର ବ୍ୟବସ୍ଥା କିଛି ବି ନଥିଲା ।

ଯାହା ସମାଜ ସେବକ ବିକାଶ ନାୟକ ଦ୍ଵାରା ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ଶେଷରେ ଏଠାରେ ପାଇପ ଲାଇନ ବ୍ୟବସ୍ଥା କରାଯାଇଛି । ବଡ଼ ଦୁଃଖ ଏବଂ ପରିତାପର ବିଷୟ ଜଳ ଯୋଗାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବ୍ୟୟରେ କିଛି ମାସ ପୂର୍ବରୁ ପାଇପ ଲାଇନ ବ୍ୟବସ୍ଥା କରାଯାଇଥିଲା ।

କିନ୍ତୁ ସେଠାରେ ପାଇପ ସଂଯୋଗ କରି ଛାଡି ଦେଇଛନ୍ତି । ହେଲେ ନା ଆସୁଛି ପାଣି, ନା ସାହି ବାସିନ୍ଦା ଏହାଦ୍ବାରା ଉପକୃତ ହେଉଛନ୍ତି । 

ଅଧିକ ପଢ଼ନ୍ତୁ: କଳା, ସାହିତ୍ୟ ଓ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାରୁ ୪ ଜଣଙ୍କୁ ‘ପଦ୍ମଶ୍ରୀ’

ଏହା ବ୍ୟତୀତ ନିଘୋଡ଼ ନିଦ୍ରାରେ ଶୋଇଯାଇଛି ବ୍ଲକ୍ ପ୍ରଶାସନ । ଯିଏ ଯେତେ କହିଲେ ବି କେହି ଶୁଣିବାକୁ ନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଓ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି । ନଚେତ୍ ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟାଳୟରେ ସାହି ବାସିନ୍ଦା ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ୟୁନୁସ୍ କ୍ଷମତା ଛାଡିଲେ ବାଂଲାଦେଶର ସ୍ଥିତି ସୁଧୁରିବ: ହସିନା ସରକାରଙ୍କ ପୂର୍ବତନ ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe