ଘର ବାରଣ୍ଡାରେ ଶୋଇବା ହେଲା କାଳ, ଯୁବକଙ୍କୁ ଦଳିଦେଲା ହାତୀ

Advertisment
ଘର ବାରଣ୍ଡାରେ ଶୋଇବା ହେଲା କାଳ, ଯୁବକଙ୍କୁ ଦଳିଦେଲା ହାତୀ

YouTube

ବିଶୋଇ: ବିଶୋଇ ଥାନା ଅନ୍ତର୍ଗତ ସ୍ଥାନୀୟ ବାଙ୍କୀ ଗ୍ରାମରେ ହାତୀ ଆକ୍ରମଣରେ ଆଜି ଜଣେ ଯୁବକର ମୃତ୍ୟୁ ଘଟିଛି।ମୃତ୍ୟୁ ଯୁବକ ଜଣଙ୍କ ହେଲେ ବାଙ୍କୀ ଗ୍ରାମର ଖଡ଼ିଆସାହି ସ୍ଥିତ ଅଙ୍ଗଦ ଦେହୁରୀ(୫୦)। ସୂଚନାଥାଉକି,ଜଙ୍ଗଲ ନିକଟକୁ ଲାଗି ରହିଥିବା ଅଙ୍ଗଦ ନିଜ ଘରର ବାରଣ୍ଡାରେ ଶୋଇଥିବା ସମୟରେ ସୋମବାର ରାତ୍ରି ପ୍ରାୟ ୧୦ଟାରେରେ ଏକ ମାଈ ହାତୀ ଅଙ୍ଗଦ ନିକଟକୁ ଆସି ତାଙ୍କୁ ଦଳି ଚକଟି ଦେଇ ଘଟଣା ସ୍ଥଳରୁ ଛାଡି ପଳାଇଥିଲା।

ଅଙ୍ଗଦଙ୍କ ଚିତ୍କାର ଶୁଣି ତାଙ୍କ ପରିବାର ଲୋକେ ଘରୁ ବାହାରି ଅଙ୍ଗଦ ନିକଟକୁ ଆସିବା ବେଳକୁ ଅଙ୍ଗଦଙ୍କ ମୃତ୍ୟୁ ଘଟି ସାରିଥିଲା।ଏହି ବିଷୟରେ ଖବର ପାଇ ମଣଦା ବନାଞ୍ଚଳ ଅଧିକାରୀ ଧରିତ୍ରୀ ମୁର୍ମଙ୍କ ନେତୃତ୍ୱରେ ବନପାଳ ସୁଶାନ୍ତ ପାତ୍ର,ବନରକ୍ଷୀ ସୁନୀଲ ମାଝୀ, ବନରକ୍ଷୀ କୁମୁଦେନ୍ଦୁ ପ୍ରସାଦ ମହାନ୍ତ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe