ଘର ନିର୍ମାଣରେ ବ୍ୟସ୍ତ ଥିଲେ ଶ୍ରମିକ, ବାଇକ ଚୋରକୁ କାବୁ କରି ‌ପୁଲିସ୍‌କୁ ଜିମା ଦେଲେ ସ୍ଥାନୀୟ ଲୋକେ

Advertisment
ଘର ନିର୍ମାଣରେ ବ୍ୟସ୍ତ ଥିଲେ ଶ୍ରମିକ, ବାଇକ ଚୋରକୁ କାବୁ କରି ‌ପୁଲିସ୍‌କୁ ଜିମା ଦେଲେ ସ୍ଥାନୀୟ ଲୋକେ

ଭଞ୍ଜନଗର: ଘର ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ ଶ୍ରମିକ। ସେପଟେ ବାହାରେ ରଖିଥିବା ବାଇକ୍‌କୁ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡି ଚୋର। ଚୋରି ଉଦ୍ୟମ ପଣ୍ଡ ହେବା ପରେ ସ୍ଥାନୀୟ ଲୋକଙ୍କ ରୋଶର ଶିକାର ହେବା ସହ ଉତ୍ତ୍ୟମ ମଧ୍ୟମ ଦେବା ପରେ କାବୁ କରିଥିବା ଦୁଇ ଜଣ ଚୋରକୁ ପୁଲିସ୍‌ ଜିମା ଦେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବେଲଗୁଣ୍ଠା ରାସ୍ତାର ଜାମପଲ୍ଲୀ ଛକ ନିକଟରେ। ବାଇକ ଚୋରି କରିବା ପାଇଁ ତିନି ଜଣ ଆସିଥିବା ବେଳେ ଦୁଇଜଣଙ୍କୁ ଲୋକ‌େ କାବୁ କରିଥିବା ବ‌େଳେ ଅନ୍ୟଜଣେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣ ଅଭିଯୁକ୍ତଙ୍କୁ ଉଦ୍ଧାର କରିବା ସହ ଥାନାକୁ ଆଣିଥିଲା। ଏଥିସହ ଚୋରି କରି ନେଉଥିବା ବାଇକ ଚାଳକଙ୍କ ଅଭିଯୋଗ ଅନୁଯାୟୀ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଅଭିଯୋଗ ଅନୁଯାୟୀ ବେଲଗୁଣ୍ଠା ବ୍ଳକ୍‌ ତନରଡା ନିକଟ ମହୁଲିଆ ଗ୍ରାମର ସନିଆ ମଳିକ ମିସ୍ତ୍ରୀ ଭାବେ କାମ କରୁଛନ୍ତି। ଆଜି ସେ ଭଞ୍ଜନଗର ବେଲଗୁଣ୍ଠା ରାସ୍ତାର ପ୍ରେରଣା ପୀଠ ନିକଟରେ ଏକ ଘର ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ତାଙ୍କ ବାଇକ୍‌କୁ ସାମ୍ନାରେ ଥିବା ଏକ ଘର ନିକଟରେ ରଖିଥିଲେ। ମଧ୍ୟାହ୍ନରେ ତାଙ୍କ ପତ୍ନୀ ଖାଇବା ନେଇ ତାଙ୍କ ନିକଟକୁ ଆସିଥିଲେ। ସନିଆ ସେହି ନିର୍ମାଣଧୀନ ଘରେ ଖାଇବାକୁ ବସିଥିଲେ। ଏହି ସମୟରେ ତିନିଜଣ ଯୁବକ ଏକ ବାଇକ୍‌ରେ ଆସି ସେଠାକୁ ଆସିଥିଲେ। ସେଥିରୁ ଜଣେ ଗାଡିରୁ ‌ଓହ୍ଲାଇ ସନିଆର ବାଇକ ତାର କାଟିବା ସହ ହେଣ୍ଡଲ୍‌ ଲକ୍‌କୁ ଭାଙ୍ଗିଥିଲା।

publive-image

ଏହାପରେ ଗାଡିକୁ ନେବା ପାଇ ଚେଷ୍ଟା କରିବା ସମୟରେ ସନିଆଙ୍କ ସ୍ତ୍ରୀ ନଜରରେ ବାଇକ ନେବା ଦୃଶ୍ୟ ପଡିଥିଲା ସେ ତୁରନ୍ତ ସନିଆକୁ ଜଣାଇଥିଲେ। ସନିଆ ଦୌଡି ଆସି ପାଟି କରିବା ସମୟରେ ଅଭିଯୁକ୍ତ ମାନେ ଦୌଡ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସେହି ରାସ୍ତାଦେଇ ଯାଉଥିବା ଲୋକ ମାନେ ଚୋର ମାନଙ୍କୁ କାବୁ କରିଥିଲେ। ହଠାତ୍‌ ସେଠାରେ ଲୋକଙ୍କ ଭିଡ ଜମି ଯାଇଥିଲା। ଗହଳିର ସୁଯୋଗ ନେଇ ଜଣେ ଅଭିଯୁକ୍ତ ସାଙ୍ଗରେ ଆଣିଥିବା ଗାଡିକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଅନ୍ୟଦୁଇ ଜଣକୁ ଲୋକ‌େ କାବୁ କରି ନେଇଥିଲେ। କିଛି ବ୍ୟକ୍ତି ଅଭିଯୁକ୍ତ ଦୁଇଜଣଙ୍କୁ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ୍‌ ତୁରନ୍ତ ସେଠାରେ ପହଞ୍ଚି ତୁରନ୍ତ ଦୁଇଜଣଙ୍କୁ ଲୋକଙ୍କ ଠାରୁ ଉଦ୍ଧାର କରିଥିଲା। ସେମାନଙ୍କୁ ‌ମେଡିକାଲ୍‌ ନେଇ ପ୍ରାଥମିକ ସ୍ବାସ୍ଥ ଯାଞ୍ଚ କରିବା ସହ ଥାନ‌ାକୁ ଆଣି ଅଟକ ରଖିଛି। ଏଥିସହ ସନିଆର ଅଭ‌ିଯ‌ୋଗ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe