ପୁରାଣ ପଢ଼ୁଥିଲେ, ଗଛ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

Advertisment
ପୁରାଣ ପଢ଼ୁଥିଲେ, ଗଛ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

Telegraph India

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ହାରାମାଲ ପଞ୍ଚାୟତ ତୋତରାଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ପଦ୍ମନ ପଟେଲ ନାମକ ଜଣେ ବୃଦ୍ଧ ନିଜ ଘର ନିକଟ ଏକ ଗଛ ତଳେ ବସି ପୁରାଣ ପଢୁଥିଲେ। ଏହି ସମୟରେ ଅନ୍ୟ ତିନିଜଣ ପୁରାଣ ଶୁଣୁଥିଲେ। ହଠାତ କାଳବୈଶାଖୀ ପ୍ରଭାବରେ ଗଛଟି ଭାଙ୍ଗି ପଡ଼ି ବୃଦ୍ଧଙ୍କୁ ଚାପି ଦେଇଥିଲା।

ପରିବାର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି କଲମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତେବେ ବୃଦ୍ଧଙ୍କୁ କଲମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ଏକ ବିରାଟ ଗଛ ଗାଁ​ ଯୋର ନିକଟ ରାସ୍ତାରେ ପଡ଼ିରହିଥିଲା। ତାକୁ ହଟାଇବାକୁ ପ୍ରାୟ ଗୋଟିଏ ଘଣ୍ଟା ଲାଗିଥିଲା। ତେବେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବାକୁ ବିଳମ୍ବ ହେବାରୁ ତାଙ୍କ ଜୀବନ ଚାଲିଯାଇଥିବା ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe