ବିଲରୁ ଫେରୁଥିବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା

କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗ୍ରାମରେ ଏକ ଅଘଟଣ ଘଟିଛି। ଜଣେ ଯୁବକଙ୍କୁ ଦନ୍ତାହାତୀ ଦଳି ଦେଇଛି। ବନବିଭାଗ ଓ ଗ୍ରାମବାସୀ ମିଶି ହାତୀ ଘଉଡ଼ାଉଥିବାବେଳେ ମୃତକ ଜଣକ ଦନ୍ତାହାତୀ ସହ ମୁହାଁମୁହିଁ ହୋଇଥିଲେ...

2amnxzoap[dw

କାମାକ୍ଷାନଗର: କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗ୍ରାମରେ ଏକ ଅଘଟଣ ଘଟିଛି। ଜଣେ ଯୁବକଙ୍କୁ ଦନ୍ତାହାତୀ ଦଳି ଦେଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ନିଧିଆ ଦେହୁରୀ। 

ସୂଚନା ଅନୁସାରେ ନିଧିଆ ଗତକାଲି ସନ୍ଧ୍ୟା ସମୟରେ ନିଜ ବିଲକୁ ଯାଇଥିବା ବେଳେ ସେହି ସମୟରେ ଗ୍ରାମ ପାର୍ଶ୍ଵରେ ବନବିଭାଗ ଓ ଗ୍ରାମବାସୀ ମିଶି ହାତୀ ଘଉଡ଼ାଉ ଥିଲେ।  

ନିଧିଆ ହାତୀ ସହ ମୁହାଁମୁହିଁ ହୋଇଯିବା ଫଳରେ ହାତୀଟି ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ନିଧିଆଙ୍କ ମୃତ୍ୟୁ ଘଟିଥିଲା।

ପରିବାର ଲୋକ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ବନ ବିଭାଗ ସହାୟତା କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ନିୟମ ଅନୁସାରେ ଅନୁକମ୍ପାମୂଳକ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବନବିଭାଗ ତରଫରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe