ନୀଳଗିରି: ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଂଚଳରେ ଜଣେ ବିଧବା ଆଦିବାସୀ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କୁ ଚାକିରି କରାଇ ଦେବା ନାଁରେ ଗଣଦୁଷ୍କର୍ମ କରାଯାଇଛି।
ଅଭିଯୋଗ ଅନୁସାରେ ବାଲେଶ୍ୱର ଜିଲ୍ଲାର ଖନ୍ତାପଡା ଥାନା ଅନ୍ତର୍ଗତ ରାମନଗର ଗ୍ରାମର ରେଙ୍ଗ ସିଂଙ୍କ ପୁଅ ବାପୁନୁ (୧୯) ଗତ ୬ ତାରିଖ ରାତି ପ୍ରାୟ ୧୦ଟାରେ ଏକ ଘରୋଇ କଂପାନିରେ ଚାକିରି କରାଇ ଦେବାକୁ କହି ବିଧବା ଆଦିବାସୀ ମହିଳାଙ୍କୁ ତପନ ସିଂ ଓ କୁନା ସିଂଙ୍କୁ ପରିଚୟ କରାଇ ଦେଇଥିଲେ। ଏହା ପରେ ମହିଳାଙ୍କୁ ତପନ ଓ କୁନା ବାଇକରେ ନେଇଯାଇଥିଲେ। ରାସ୍ତାରେ ଯିବା ବେଳେ ଗଡ଼ଭଙ୍ଗ ପଦା ପୋଖରୀଠାରେ ସେମାନେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣା ସଂପର୍କରେ କାହାରିକୁ କହିଲେ ମାରିଦେବୁ ବୋଲି ଧମକ ଦେଇଥିଲେ।
ରାତିର ଅନ୍ଧାରରେ ମହିଳା ଜଣକ ଘରକୁ ପହଂଚି ଘଟଣା ସଂପର୍କରେ ସଂପର୍କ ଓ ଗ୍ରାମବାସୀଙ୍କୁ କହିଥିଲେ। ଘଟଣାକୁ ନେଇ ଗ୍ରାମରେ ଏକ ବୈଠକ ଡକାଯାଇଥିଲା। ଉକ୍ତ ବୈଠକରେ ଘଟଣା ସହିତ ଜଡ଼ିତ ୨ ଯୁବକ ନ ଆସିବାରୁ ମହିଳା ଜଣକ ନ୍ୟାୟ ପାଇଁ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି।
Follow Us