ଆଇସୋଲେସ୍‌ନରେ ସ୍ୱାମୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯିବା ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

Advertisment
ଆଇସୋଲେସ୍‌ନରେ ସ୍ୱାମୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯିବା ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

ଜଗତସିଂହପୁର: ଆଇସୋଲେସ୍‌ରେ ଚିକିତ୍ସାଧୀନ ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଜଗତ୍‌ସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଆଇସେଲେସନ ୱାର୍ଡରେ ଏରସମା ବ୍ଲକ ଅନ୍ତର୍ଗତ କଟିଜଙ୍ଗା ଅଂଚଳର ନୀର୍ଲିପ୍ତ ଭୋଳ ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ସ୍ୱାଇଁଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତ୍ରରେ ସ୍ୱାମୀଙ୍କର ଦେହ ଅଧିକ ଖରାପ ହୋଇଥିଲା।

ତେବେ ଆଜି ମଧ୍ୟାହ୍ନରେ ନିର୍ଲିପ୍ତ ଭୋଳଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସ୍ତ୍ରୀ ଆଇସୋଲେସନ ୱାର୍ଡ ଭିତରୁ ସ୍ୱାମୀଙ୍କ ଅବସ୍ଥା ନେଇ ହସ୍‌ପିଟାଲର କର୍ମଚାରୀଙ୍କୁ ଡାକିଥିଲେ। କିନ୍ତୁ ତାଙ୍କର କଥାକୁ କେହି ଶୁଣି ନଥିଲେ। କିଛି ସମୟ ପରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ପରେ ସୁଭଦ୍ରା ସ୍ୱାମୀଙ୍କର ମୃତ୍ୟୁ ଦେଖି ନିଜେ ଭାଙ୍ଗି ପଡ଼ିଥିଲେ। ସେ ଆଇସୋଲେସନ ଭିତରେ ବାଡେଇ ପିଟି ହୋଇ ନିଜହାତକୁ ଏକ ଧାରୁଆ ଅସ୍ତ୍ରରେ କାଟି ପକେଇ ଥିଲେ। ନର୍ସମାନେ ତାଙ୍କୁ ଉଦ୍ଧାର କରିବାକୁ ଯାଉଥିବା ବେଳେ ସେ ଧକ୍କାମାରି ରୁମରୁ ବିଦାକରି ଦେଇଥିଲେ। ଶେଷରେ ବେକରେ ନିଜର ଲୁଗା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe