ବଜ୍ରାଘାତରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ବଜ୍ରାଘାତରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

Empower IAS

କବାଟବନ୍ଧ: ଧର୍ମଶାଳା ବ୍ଲକ୍‌ ଅଞ୍ଜିରା ପଞ୍ଚାୟତ ଢଙ୍କୁଣିଆ ଗ୍ରାମରେ ଆଜି ଅପରାହ୍ଣରେ ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ମୃତ‌ ମହିଳା ଏହି ଗ୍ରାମର କାର୍ତ୍ତିକ ଦାସଙ୍କ ପତ୍ନୀ ସେବତୀ (୩୦)। ତାଙ୍କ ସ୍ବାମୀ କାର୍ତ୍ତିକ ମଧ୍ୟ ଗୁରୁତର ହୋଇଥିଲେ। ସୂଚନା ଅନୁଯାୟୀ, ଘରେ ମୋବାଇଲ ଦେଖୁଥିବା ବେଳେ ଅଚାନକ ବଜ୍ରପାତ ହୋଇଥିଲା।

ଏଥିରେ ମୋବାଇଲ୍‌ ଫୋନ୍‌ ଫାଟିଯିବା ସହ ସେବତୀ ଓ କାର୍ତ୍ତିକ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେବତୀଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ କାର୍ତ୍ତିକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏସଂପର୍କରେ ଜେନାପୁର ଥାନା ଆଇଆଇସିଙ୍କୁ ଯୋଗାଯୋଗ କରିବାରୁ, ପୁଲିସ ଖବର ପାଇଛି ଓ ତୁରନ୍ତ ସ୍ବାସ୍ଥ୍ୟ କର୍ମଚାରୀ ପଠାଇବାର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe