ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

Advertisment
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

Sambad

ବୈପାରିଗୁଡା:  ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ବୈପାରିଗୁଡା ଥାନା ଅଞ୍ଚଳରେ। ଘଟଣାରୁ ପ୍ରକାଶ ଯେ, ମାଲକାନଗିରି ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଘୁମର ଗ୍ରାମର କୁଶ ପରଜା (୬୭) ଏବଂ ତାଙ୍କ ସ୍ତ୍ରୀ ଦଇମତି (୫୦)ଙ୍କ ମଧ୍ୟରେ କୈାଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। କୁଶ ରାଗିଯାଇ ନିଜ ସ୍ତ୍ରୀ ଦଇମତିକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଦଇମତିର ବେକ ପଛ ପାଖରେ ଟାଙ୍ଗିଆ ଚୋଟ ବସିବାରୁ ସେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଯାଇଥିଲେ। ଘଟଣା ଜାଣିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜୟପୁର ଡାକ୍ତରଖାନାକୁ ନିଆଯାଇଥିଲା।

ତେବେ ଦଇମତିର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୁଲିସ ଏଏସ୍ଆଇ ନରସିଂହ ପାଢ଼ୀ ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଦଇମତିର ଭାଇ ଦୁର୍ଯ୍ୟୋଧନ ପରଜା ବୈପାରିଗୁଡା ଥାନାରେ ନିଜ ଭିଣୋଇ କୁଶ ବିରୁଦ୍ଧରେ ଏତଲା ଦେବା ପରେ ଶ୍ରୀ ପାଢ଼ୀ କୁଶକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe