ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ’ ମୃତ

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯମୁରା ଥାନା ମେଘପାଲ ପଞ୍ଚାୟତ ଅନ୍ତର୍ଗତ ଘୁଷରିଆବାହାଲ ଗାଁରେ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ’ର ମୃତ୍ୟୁ ହୋଇଛି। ସୋମବାର ସଂଧ୍ୟାରେ ଉକ୍ତ ଗାଁର ପ୍ରମୋଦ ଭଇଁଷା (୪୮) ଏବଂ ତାଙ୍କ ପତ୍ନୀ ପାର୍ବତୀ (୪୫)ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଉତ୍ୟକ୍ତ ପ୍ରମୋଦ ପତ୍ନୀକୁ ମାଡ଼ପିଟ କରିବା ସହ ଟାଙ୍ଗିଆରେ କପାଳକୁ ଚୋଟ ମାରିଥିଲା। ମହିଳା ଜଣକ ଆହତ ହୋଇଥିଲେ ବି ମଙ୍ଗଳବାର ସକାଳୁ ଉଠି ଚଲାବୁଲା କରିଥିଲେ। ପ୍ରମୋଦ କାମ ପାଇଁ ବାହାରକୁ ଚାଲି ଯାଇଥିଲା। ସଂଧ୍ୟାରେ ଘରକୁ ଫେରିବା ପରେ ପତ୍ନୀ ମରି ପଡ଼ିଥିବା ଦେଖିଥିଲା। ଏ ସଂପର୍କରେ ଖବର ପାଇ ରେଢ଼ାଖୋଲ ଏସ୍‌ଡିପିଓ ହାଡ଼ିବନ୍ଧୁ ସ୍ବାଇଁ, ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ବାଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ପାର୍ବତୀଙ୍କ ୧୬ ଓ ୮ ବର୍ଷୀୟା ଦୁଇ ଝିଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe